ବଡ଼ବିଲ, ୧୧/୦୮: ବସ୍ ମାଡ଼ିଯାଇ ୨ ଯୁବକ ମୃତ । ଏନ୍ଏଚ୍ ୫୨୦ ଲହଣ୍ଡା ଛକ ନିକଟରେ ଯାତ୍ରୀବାହୀ ବସ୍ ମାଡ଼ିଯିବାରୁ ୨ ପଥଚାରୀ ଯୁବକଙ୍କ ମୃତ୍ୟୁ ହୋଇଛି । ବଡ଼ବିଲରୁ ବାରିପଦା ଅଭିମୁଖେ କୌଶଲ୍ୟା ନାମକ ଏକ ବସ୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘିଟିଛି । ଦୁର୍ଘଟଣା ପରେ ରିମୁଳି ଫାଣ୍ଡିରେ ବସ୍ ଡ୍ରାଇଭର୍ ସରେଣ୍ଡର କରିଥିବା ସୂଚନା ମିଳିଛି । ୨ ମୃତକ, ଲହଣ୍ଡା ମୁଣ୍ଡା ସାହିର ଜେନା ମୁଣ୍ଡା ଓ ପରମେଶ୍ବର ମୁଣ୍ଡା ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଲୋକେ ଟାୟାର ଜାଳି ରାଜପଥ ଅବରୋଧ କରିଛନ୍ତି । ପରେ ଯୋଡ଼ା ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଥିବା ଜଣାପଡ଼ିଛି ।
୯ ମାସ ପରେ ବରିଷ୍ଠ ନେତାଙ୍କ ଘର ବାହୁଡା, କହିଲେ ମନ୍ଦ...
