ଟ୍ରକକୁ ପିଟିଲା ବସ୍;୬ ଆହତ,ଦୁଇ ଗୁରତର
1/06/2018 at 5:01 AM

ଖୋର୍ଦ୍ଧା ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ଲୁଣିସରା ନିକଟରେ ଦୁର୍ଘଟଣା। ଟ୍ରକକୁ ପିଟିଲା ବସ୍ । ଦୁର୍ଘଟଣାରେ ୬ ଜଣ ଆହତ। ଦୁଇ ଜଣ ଗୁରତରଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ବାକି ଆହତମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଘରୋଇ ବସ ମା ଭୁବନେଶ୍ବରରୁ ଟିକାବାଲି ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲୁଣିସରା ନିଟକରେ ରାସ୍ତାରେ ଛିଡା ହୋଇଥିବା ଏକ ମାଲ ବୋଝେଇ ଟ୍ରକକୁ ପଛପଟି ଧକ୍କା ଦେଇଥିଲା ବସ୍। ଦୁର୍ଘଟଣା ଯୋଗୁ ବସର ଆଗପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ଏହି ଦୁର୍ଘଟଣା ଘଟିଛି।ଦୁର୍ଘଟଣାପରେ ବସର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।