ଓଲଟିଲା ଯାତ୍ରୀ ବାହି ବସ୍; ୨ ମହିଳା ମୃତ
20/01/2023 at 5:06 PM

ସାନଖେମୁଣ୍ଡି ୨୦/୦୧: ଯାତ୍ରୀବାହି ଓଲଟି ୨ ମୃତ। ଏପରି ଅଘଟଣ ଗଞ୍ଜାମ ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ଦେଖିବାକୁ ମିଳିଛି। ଏଥିରେ ୨ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ସରସ୍ୱତୀ ଶବର (୧୬) ଓ ସୁମତି ରଇତା (୨୮)। ସରସ୍ୱତୀ ମୋହନା ବ୍ଲକ୍ ଶିକୁଳିପଦର ଗାଁର ବାସିନ୍ଦା ହୋଇଥିବା ସୁମତୀଙ୍କ ଘର ତୁରୁବୁଡି ପାଖରେ ଥିବା ଅରଖପଦା ଗାଁରେ ବୋଲି ଜଣାପଡ଼ିଛି। ପାତ୍ରପୁର ବ୍ଲକରୁ ଗଜପତି ରାୟଗଡ଼ ଯାଇ ଫେରିବା ବେଳେ ଏହି ଦୁର୍ଘଟଣା ହୋଇଛି।
ଏହି ମିନି ବସଟି ରାୟଗଡରୁ ବୁରାତାଲ ଫେରିବା ବେଳେ ଝଗଡା ପଲ୍ଲୀ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ଖରିଆଗୁଡ଼ା ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଏଥିରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ପାଖରେ ଥିବା ଡାକ୍ତରଖାନାକୁ ନିଆଯାଇଛି। ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ପୋଲିସ କହିଛି।