ମହିଳା ଡାକ୍ତରଙ୍କ ଅଧା ଜଳା ଶବକୁ ଉଦ୍ଧାର କଲା ପୋଲିସ୍: ତେଲେଙ୍ଗାନା ଗୃହମନ୍ତ୍ରୀ କହିଲେ ଏପରି କଥା

Published By : Prameya-News7 Bureau | November 29, 2019 IST

ହାଇଦ୍ରାବାଦ୨୯/୧୧: ଜଣେ ମହିଳା ଡାକ୍ତରଙ୍କ ଅଧା ଜଳା ଶବକୁ ପୋଲିସ ଜବତ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମୃତ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଆଶଙ୍କା କରାଯାଉଛି।  ମହିଳା ଡାକ୍ତରଙ୍କ ହତ୍ୟା ଘଟଣାରେ ଏବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ପୋଷ୍ଟ ଭାଇରାଲ ହେଉଛି। ସୂଚନା ଅନୁସାରେ ହତ୍ୟା ପୂର୍ବରୁ ମହିଳା ତାଙ୍କ ଭଉଣୀଙ୍କ ସହ ଫୋନରେ କଥା ହୋଇଥିଲେ।  ଏହା ପରଠାରୁ ଡାକ୍ତର ମହିଳାଙ୍କ ଫୋନ ସ୍ବିଚ୍‌ ଅଫ୍‌ ହୋଇଯାଇଥିଲା। ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବାପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ କ୍ୟାଣ୍ତେଲ ରାଲି କରିଛନ୍ତି। ଏହି ଘଟଣାରେ ବସ ଚାଳକ ଓ ହେଲପରଙ୍କୁ ପୋଲିସ ଅଟକ ରଖିଛି।  ଏହା ବ୍ୟତୀତ ସିସିଟିଭି ଫୁଟେଜ ଓ କଲ ଡିଟେଲସ୍‌ରୁ ପୋଲିସଙ୍କୁ ବହୁ ତଥ୍ୟ ମିଳିଛି। ଏହାକୁ ସାର୍ବଜନୀକ କରିବା ଉଚିତ ନୁହେଁ ବୋଲି ଡେପୁଟି କମିଶନର  ପ୍ରକାଶ ରେଡ୍ଡୀ କହିଛନ୍ତି। ହାଇଦ୍ରାବାଦରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଏହି ଘଟଣାରେ ଶାସକ ଦଳର ଗୃହ ମନ୍ତ୍ରୀଙ୍କ ମଧ୍ୟ ପ୍ରତିକ୍ରିୟା ହସ୍ତଗତ ହୋଇଛି। ତେଲେଙ୍ଗାନାର ଗୃହମନ୍ତ୍ରୀ ମହମ୍ମଦ ଅଲ୍ଲୀ ଏହି ଘଟଣାରେ ସେ ଦୁଃଖ ପ୍ରକାଶ କରିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଭଉଣୀ ସହ କଥା ହେବା ବଦଳରେ ୧୦୦ ନମ୍ବର ଡାଏଲ କରିଥିଲେ ହୁଏତ ସେ ବଞ୍ଚି ଯାଇଥାନ୍ତେ।

wp:core-embed/twitter {"url":"https://twitter.com/ANI/status/1200366618397855744","type":"rich","providerNameSlug":"twitter","className":""}
https://twitter.com/ANI/status/1200366618397855744
/wp:core-embed/twitter

ମୃତ ମହିଳାଙ୍କ ଭଉଣୀଙ୍କ କହିବା ଅନୁସାରେ ବୁଧବାର ରାତିରେ ମହିଳା ଡାକ୍ତର ଫେରିବା ବେଳେ ତାଙ୍କ ସ୍କୁଟି ପମ୍ପଚର ହୋଇଯାଇଥିଲା। ରାତିରେ ଦୋକାନ ବନ୍ଦ ଥିବାରୁ ସେ ଶାଦ୍‌ନଗର ଟୋଲ ପ୍ଳାଜାରେ ଥିବା ପାର୍କ ନିକଟରେ ସ୍କୁଟି ପାର୍କି କରି ଦେଇଥିଲେ। ଏହି ସମୟ ତାଙ୍କୁ ବହୁତ ଭୟ ଲାଗିଥିଲା। ତେଣୁ ମହିଳା ଡାକ୍ତର ତାଙ୍କ ଭଉଣୀଙ୍କୁ ଫୋନ କରିଥିଲେ। ଅନ୍ଧାର ରାତିରେ ଏକୁଟିଆ ଯିବାକୁ ତାଙ୍କୁ ଭୟ ଲାଗୁଛି ବୋଲି ମହିଳା ଡାକ୍ତର ଫୋନରେ ତାଙ୍କ ଭଉଣୀଙ୍କୁ କହିଥିଲେ। କିଛି ସମୟ କଥା ହେବା ପରେ ହଠାତ୍‌ ତାଙ୍କ ଫୋନ ସ୍ବିଚ୍‌ଅଫ୍‌ ହୋଇଯାଇଥିଲା। ବୁଧବାର  ରାତି ପରଠୁ ମହିଳା ଡାକ୍ତରଙ୍କ ଖୋଜ୍‌ ଖବର ନ ଥିଲା। ଆଜି ମହିଳା ଡାକ୍ତରଙ୍କ ଅଧା ଜଳା ଶବକୁ ପୋଲିସ ଉଦ୍ଧାର କରିଛି। ସିସିଟିଭି ଫୁଟେଜ ଆଧାରରେ ଜଣେ ବସ ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ଅଟକ ରଖି ପଚାରଉଚାର ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.