scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୋଇବା ପୂର୍ବରୁ ପ୍ରତିଦିନ ଘରେ ଜଳାନ୍ତୁ ଗୋଟିଏ ତେଜ ପତ୍ର, ହେବ ଏହି ଫାଇଦା

27/11/2019 at 3:56 PM

ସାଧାରଣତଃ ଘରର ସ୍ବଚ୍ଛ ପରିବେଶକୁ  ନେଇ ଅନେକ ବିବ୍ରତ ରହିଥାନ୍ତି। କାରଣ ସ୍ବଚ୍ଛ ପରିବେଶ ଶରୀରକୁ ସୁସ୍ଥ ରଖିବା ସହ ଲୋକଙ୍କ ଦୈନଦିନ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ।  ତେବେ ଘରକୁ ପ୍ରାକୃତିକ ରୂପରେ ସଫା ରଖିଲେ ଏହା ପରିବାର ସଦସ୍ୟଙ୍କ ପାଇଁ ଲାଭଦାୟକ ହୋଇଥାଏ।  ଏମିତି ଏକ ପ୍ରାକୃତିକ ଔଷଧୀୟ ପତ୍ର ବିଷୟରେ ଜାଣନ୍ତୁ ଯାହା ଘର ପାଇଁ ବେଶ ଲାଭଦାୟକ । ତାହା ହେଉଛି ତେଜ ପତ୍ର ।

ପ୍ରତିଦିନ ଘରେ ଜଳାଇଲେ ପରିବେଶ ସ୍ବଚ୍ଛ ରହେ। ଅଧିକାଂଶ ସମୟରେ ତେଜପତ୍ର ରୋଷେଇ ଘରେ ବ୍ୟବହାର କରାଯାଏ ହେଲେ ଏହାର ଔଷଧୀୟ ଗୁଣ ବିଷୟରେ ଖୁବ୍ କମ ଲୋକ ଜାଣନ୍ତି। ତେଜ ପତ୍ର ମସଲା ବ୍ୟତୀତ ଅନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଏ। ତେଜପତ୍ର କେବଳ ଖାଦ୍ୟକୁ ସୁଆଦିଆ କରି ନଥାଏ ଏଥିରେ ଭରପୁର ମାତ୍ରାର ଔଷଧୀୟ ଗୁଣ ରହିଛି। ଏଥିରେ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ।

ରାତିରେ ଶୋଇବା ପୂର୍ବରୁ ଘରର ପ୍ରତି ରୁମରେ ତେଜପତ୍ର ଜଳାଇଲେ ଏହା ଅନେକ ସମସ୍ୟାର ସମାଧାନ କରେ। ତେଜ ପତ୍ର ଜଳାଇବା ପରେ ୧୫ ମିନିଟ୍‌ ଯାଏଁ କବାଟ ଝରକା ବନ୍ଦ କରି ରଖିବା ଉଚିତ୍‌। ଏହାର ସୁଗନ୍ଧ ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେଜପତ୍ର ଜଳାଇବା ଦ୍ବାରା ଭଲ ନିଦ ହୋଇଥାଏ ।

ଏହା ଛଡା ଘରର ପରିବେଶକୁ ମଧ୍ୟ ସ୍ବଚ୍ଛ ରଖିଥାଏ। ତେଜପତ୍ର ଜଳାଇଲେ ଘରୁ ମଶା ବାହାରି ପଳାଇଯାଆନ୍ତି। ଘରେ ବାସ୍ନା ଥିବା ପର୍ଯ୍ୟନ୍ତ ପୁଣି ମଶା ଘରକୁ ପ୍ରବେଶ କରିନଥାନ୍ତି। ଏଣୁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ସମସ୍ୟାରୁ ଘର ଲୋକ ମୁକ୍ତ ହୋଇଥାନ୍ତି। ଏହା ବ୍ୟତୀତ ତେଜ ପତ୍ର ଖାଇବା ଦ୍ବାରା ଲୋକେ ଅଲଝାଇମର ଭଳି ସମସ୍ୟାରୁ ମୁକ୍ତ ରହିଥାନ୍ତି । 





 

   Related Posts