Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଚିନ୍ମୟୀଙ୍କ ଘରୁ ସାର୍ଟିଫିକେଟ୍ ଜବତ କଲା ବୁର୍ଲା ପୋଲିସ, ସେପଟେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ପରିବାର

9/03/2023 at 6:03 PM

ସମ୍ବଲପୁର ୯।୩: ସମ୍ବଲପୁର ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ମାମଲାରେ ତଦନ୍ତ ପାଇଁ ଚିନ୍ମୟୀଙ୍କ ଟିକ୍ରାପଡ଼ା ବାସଭବନରେ ପହଞ୍ଚିଲେ ବୁର୍ଲା ପୋଲିସର ଦୁଇ ଜଣିଆ ଟିମ୍ I ପରିବାର ଲୋକଙ୍କୁ ପଚରାଉଚରା ପରେ ଚିନ୍ମୟୀଙ୍କ ସମାବର୍ତ୍ତନ ଉତ୍ସବରେ ପାଇଥିବା ଡିଗ୍ରୀ ସାର୍ଟିଫିକେଟ୍ ଜବତ କରିଛି ପୋଲିସ I ତେବେ ଚିନ୍ମୟୀଙ୍କୁ ହତ୍ୟାକରି ପାଣିରେ ପକାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ପୋଲିସ ତଦନ୍ତ କରୁଛି I

ସେପଟେ ଗୁରୁବାର ଚିନ୍ମୟୀଙ୍କ ମା’ କହିଛନ୍ତି ପୋଲିସ ଚାପରେ ଚାପି ହୋଇଯାଇଛି । କାହାର ଚାପ ପଡିଛି । ପୋଲିସ ମଧ୍ୟ ସତ କ’ଣ ଜାଣିଛି ହେଲେ ଲୁଚାଉଛି । ପୋଲିସ ଉପରେ ଭରସା ରହିଲା ନାହିଁ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି ମତ ରଖିଛନ୍ତି ।

   Related Posts