ଆଲବମ ଅଭିନେତ୍ରୀ ସିମରନ ମୃତ୍ୟୁ ଘଟଣା: ସେଲଫି ବେବୋଙ୍କ ଦ୍ବିତୀୟ ପ୍ରେମିକ ଈଶ୍ବର କୋଉଠି? ଯୁଗ ସୁନାର ମା ବାପା ଥାନାରେ ହାଜର ପାଇଁ ଲଟକା ଜାରୀ କଲା ବୁର୍ଲା ପୋଲିସ

Published By : Prameya-News7 Bureau | January 17, 2019 IST

ସମ୍ବଲପୁର୧୭|୧:  ସମ୍ବଲପୁରୀ ଆଲବମ୍‌ ଅଭିନେତ୍ରୀ ସିମ୍‌ରନ ସିଂ ହତ୍ୟା ଘଟଣାକୁ ୧୫ଦିନ ବିତିଛି, ହେଲେ ଏ ପର୍ଯ୍ୟନ୍ତ ଏହା ହତ୍ୟା ନା, ଆତ୍ମହତ୍ୟା ତାହା ପୋଲିସ୍‌ ସ୍ପଷ୍ଟ କରିପାରିନି। ସେପଟେ ସିମରନ୍‌ଙ୍କ ପୁରୁଷ ବନ୍ଧୁ, ଝାରସୁଗୁଡା ଟାଉନ୍‌ଥାନାର ପୁରୁଣା ମକଦ୍ଦମାରେ ଗିରଫ ହୋଇ ଜେଲ୍‌ରେ ଅଛି। ବୁର୍ଲାଥାନା ପୋଲିସ୍‌ ତାକୁ ରିମାଣ୍ଡରେ ନେଇ, ସିମରନ୍‌ ହତ୍ୟା ଘଟଣାର ପ୍ରକୃତ ତଥ୍ୟ ଉଗାଳିବାକୁ ଉଦ୍ୟମ କରୁଛି। ହେଲେ କେବେ ରିମାଣ୍ଡରେ ନେବ ଓ କେତେ ଦିନିଆ ରିମାଣ୍ଡରେ ନେବ,ତାହା ସ୍ପଷ୍ଟ ହୋଇନି। ଅନ୍ୟପଟେ ଆଜି ସିମରନ୍‌ର ପୁରୁଷବନ୍ଧୁଙ୍କ ଘରେ ପୋଲିସ୍ ଲଟ୍‌କା ଲଗାଇ, ବୁର୍ଲା ଥାନାକୁ ପଚରା ଉଚରା ପାଇଁ ଡାକିଛି।

{"id":75155}

ସିମ୍‌ରନ ସିଂ ମୃତ୍ୟୁ ଘଟଣାର ଯେତେ ସମୟ ଗଡୁଛି, ଏହି ଘଟଣା ସେତେ ଅଧିକ ଜଟିଳ ହୋଇ ପଡିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ, ମଧ୍ୟ ବୁର୍ଲାଥାନା ପୋଲିସ୍‌ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରିପାରିନି ଯେ, ଏହା ଏକ ହତ୍ୟା ନା, ଆତ୍ମହତ୍ୟା। କାରଣ ପୋଲିସ୍‌ ପ୍ରାଥମିକ ତଦନ୍ତ ସାରି ବସି ପଡିଛି। ସିମ୍‌ରନଙ୍କ ଦ୍ବିତୀୟ ପୁରୁଷବନ୍ଧୁ ଇଶ୍ବରକୁ ପୋଲିସ୍‌ ନୋଟିସ୍‌ ଦେଇନି, କି, ପ୍ରଥମ ପୁରୁଷ ବନ୍ଧୁ ୟୁଗ୍‌ ସୁନାର ପରିବାର ଲୋକଙ୍କୁ ପଚରା ଉଚରା ଆରମ୍ଭ କରିନି।

{"id":75162}

ପ୍ରଥମେ ୟୁଗ୍‌ ସୁନାର ବାପାମାଆ ଓ କକାକୁ ବୁର୍ଲା ଥାନା ପୋଲିସ୍‌ ନୋଟିସ୍‌ ଜାରୀ କରିଥିଲେ ମଧ୍ୟ, ସେମାନେ ଥାନାରେ ହାଜର ହୋଇନଥିଲେ। ସେହି ମାମଲାରେ ପୋଲିସ, ପୁର୍ନବାର ୟୁଗ୍‌ ସୁନାର ଘର ସମ୍ମୁଖରେ ଲଟ୍‌କା ଲଗାଇ ପୁଣିଥରେ ବୁର୍ଲା ଥାନାରେ ହାଜର ହେବାକୁ ନୋଟିସ୍‌ କରିଛି। ସେପଟେ ୟୁଗ୍‌ ସୁନାକୁ ପୋଲିସ୍‌ ଗତ ୧୧ତାରିଖରେ ୭ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରିବାକୁ, ଝାରସୁଗୁଡା ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛି। ହେଲେ ଏ ପର୍ଯ୍ୟନ୍ତ କୋର୍ଟ ପକ୍ଷରୁ କୌଣସି ଶୁଣାଣି କରାଯାଇନି, ବୋଲି ସମ୍ବଲପୁର ଅତିରିକ୍ତ ଏସ୍‌ପି କହିଛନ୍ତି। ସେପଟେ ତଦନ୍ତର ଦିଗ କୁଆଡେ ତାହା ମଧ୍ୟ ପୋଲିସ୍‌ ସ୍ପଷ୍ଟ କରିପାରିନି।

{"id":75157}

ସିମ୍‌ରନ ସିଂ ମୃତ୍ୟୁ ଘଟଣାରେ ତିନୋଟି ଜିଲ୍ଲାର ପୋଲିସ୍‌ ସହ ସଂପର୍କ ଥିବାରୁ ମାମଲାଟି ପୋଲିସ୍‌ର ହାତଛଡା ହେବାକୁ ଯାଉଛି। ଜଣେ ପ୍ରତିଷ୍ଠିତ ସମ୍ବଲପୁରୀ କଳାକାରଙ୍କ ମୃତ୍ୟୁ ରହସ୍ୟ ଭେଦ କରିବାକୁ, ଯେପରି କୌଣସି ଜିଲ୍ଲାର ପୋଲିସ୍‌ର ଆନ୍ତରିକତା ନଥିବା ଅଭିଯୋଗ କରିଛନ୍ତି, ସିମରନ୍‌ ସିଂଙ୍କ ବାପା ମାଆ। ପ୍ରଥମେ ଝାରସୁଗୁଡା ଟାଉନ୍‌ଥାନା ପୋଲିସ୍‌ ନିକଟରେ ଗତବର୍ଷ ଏପ୍ରିଲ୍‌ ମାସରେ ଅପହରଣ ଓ ନାବାଳିକାକୁ ବଳପୂର୍ବକ ଧର୍ଷଣ ମାମଲାରେ, ପୋଲିସ୍‌ ସିମ୍‌ରନ ସିଂର ମୃତ୍ୟୁ ପରେ ଗିରଫ କରିଥିଲା, ତାହା ପୁଣି ମାମଲା ଦାୟର ହେବାର ୭ମାସ ପରେ। ଏପଟେ ସିମ୍‌ରନ ସିଂ ମୃତ୍ୟୁ ମାମଲାରେ, ପରିବାର ଲୋକ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି, ପ୍ରଥମ ଦିନରୁ କହିଆସୁଥିଲେ ମଧ୍ୟ, ବୁର୍ଲା ଥାନା ପୋଲିସ୍‌ କେବଳ ଗୋଟିଏ ହତ୍ୟା ମାମଲା ଦାୟର କରି ହାତବାନ୍ଧି ବସି ରହିଛି। ଦିନ ଗଡିବା ସହ, ଏହି ମାମଲାକୁ ପୋଲିସ୍‌ ରଫାଦଫା କରିଦେବ ନା, ପ୍ରକୃତ ହତ୍ୟାକାରୀ ଧରାପଡି ଦଣ୍ଡିତ ହେବ, ତାହା ଏବେ ଏକ ସ୍ବପ୍ନ ବୋଲି କହିଛନ୍ତି,ମୃତ ସିମରନ୍‌ର ପରିବାର ଲୋକ।

{"id":75158}

ସିମରନ୍‌ ସିଂ ମୃତ୍ୟୁ ମାମଲାରେ ପୋଲିସ୍‌ର ତଦନ୍ତରେ ଯେତିକି ଆନ୍ତରିକତା ଦେଖାଇବା କଥା, ତାହା ଦେଖାଉନାହିଁ। ଏହାର କାରଣ, ଭିନ୍ନଭିନ୍ନ ହୋଇଥିଲେ ମଧ୍ୟ, ଏହି ମାମଲାକୁ ଯଦି କ୍ରାଇମ୍‌ବ୍ରାଞ୍ଚକୁ ପ୍ରଦାନ କରାଯାଇପାରନ୍ତା, ତେବେ ପ୍ରସିଦ୍ଧ ସମ୍ବଲପୁରୀ କଳାକାର ସିମ୍‌ରନ୍‌ ସିଂଙ୍କୁ ନ୍ୟାୟ ମିଳିପାରନ୍ତା ବୋଲି,ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି .।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.