vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଘୋର ଅପମାନ : ଦୋକାନରେ ରଖାଯାଇଥିବା ଗଣେଶ ମୂର୍ତ୍ତି ତଳେ କଚାଡି ଭାଙ୍ଗିଦେଲେ ବୁର୍ଖା ପିନ୍ଧା ମହିଳା, ଭିଡିଓ ଦେଖି ତାତିଲେ ଲୋକେ, ମାମଲା ରୁଜ୍ଜୁ

17/08/2020 at 3:03 PM

ମନାମା ୧୭/୦୮ : ହରିନର ଏକ ସୁପର ମାର୍କେଟରେ ଜଣେ ବୁର୍ଖା ପିନ୍ଧିଥିବା ମହିଳାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ମହିଳା ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ ତଳେ ପକାଇ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଦି କ୍ୟାରିଙ୍ଗ ଏଥିଷ୍ଟ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓକୁ ସେୟାର କରାଯାଇଛି | ଭିଡିଓକୁ ଦେଖି ଲୋକେ କ୍ରୋଧ ପ୍ରକାଶ କରିଛନ୍ତି | ବାହାରିନ ପୋଲିସ ମୂର୍ତ୍ତି ଭାଙ୍ଗିଥିବା ଏହି ମହିଳାଙ୍କ ବିରୋଧରେ ମାମଲା ରୂଜୁ କରିଛି |

ଭିଡିଓ ମନାମା ଜାଫେୟର ମାର୍କେଟର ବୋଲି କୁହାଯାଉଛି | ଭିଡିଓରେ ଦୁଇଜଣ ମହିଳା ସୁପର ମାର୍କେଟରେ ଉତ୍ପାତ ହେଉଥିବା ଦେଖିବାକୁ ମିଳିଛି | ଏହି ମୂର୍ତ୍ତି ମାର୍କେଟର ଏକ ଷ୍ଟୋରର ଗ୍ୟାଲେରୀରେ ବିକ୍ରି ପାଇଁ ରଖାଯାଇଥିଲା | ଜଣେ ମହିଳା ମୂର୍ତ୍ତିକୁ ସେଲ୍ଫରୁ କାଢି ତଳେ କଚାଡି ଦେଇଥିବା ଦେଖିବାକୁ ମିଳିଛି | ମହିଳା ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ମୂର୍ତ୍ତି ତଳେ କଚାଡି ଭାଙ୍ଗି ଦେଇଛନ୍ତି | ଭିଡିଓଟି ହିନ୍ଦୁମାନଙ୍କ ମନକୁ ଗଭୀର ଭାବେ କଷ୍ଟ ପହଞ୍ଚାଇଛି |

ଜଣେ ମହିଳା ମୂର୍ତ୍ତି ଭାଙ୍ଗୁଥିବା ବେଳେ ଅନ୍ୟ ମହିଳା ଜଣକ ଏହାକୁ ନିଜ ମୋବାଇଲରେ ରେକର୍ଡ କରୁଥିଲେ | ସ୍ଥାନୀୟ ମିଡ଼ିଆରେ ପ୍ରକାଶ ପାଇଥିବା ଖବର ଅନୁସାରେ, ମହିଳାଙ୍କୁ ମୂର୍ତ୍ତି ଭାଙ୍ଗିବାରୁ ଷ୍ଟୋର କର୍ମଚାରୀ ବାଧା ଦେବାରୁ ମହିଳା ଆରବୀ ଭାଷାରେ ତାଙ୍କୁ ଗାଳିଗୁଲଜ କରିଥିଲେ | ମହିଳାଙ୍କ ହାବଭାବରୁ ଜଣାପଡୁଥିଲା ଯେ, ମୁସଲିମ ଦେଶରେ ଏହି ମୂର୍ତ୍ତିର କଣ କାମ ? ମୂର୍ତ୍ତି ବିକ୍ରି କରିବାକୁ ମଞ୍ଜୁରୀ କିଏ ଦେଇଛି ? ଷ୍ଟୋର କର୍ମଚାରୀ କହିଥିଲେ ଯେ, ସେମାନେ ଜାଣିଛନ୍ତି ଯେ ଏହା ମୁସଲିମ ଦେଶ | ଏତିକିବେଳେ ଆଉ ଜଣେ ମହିଳା ଧମକାଇ କହିଛନ୍ତି ‘ଆମେ ଦେଖିବୁ କିଏ ଏହି ମୂର୍ତ୍ତି ପୂଜା କରିବ |’

ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ, ୫୪ ବର୍ଷ ବୟସ୍କା ମହିଳା ବିରୋଧରେ ସାମ୍ପ୍ରଦାୟିକ ଧାର୍ମିକ ଭାବନା ଓ ଅନୁଷ୍ଠାନକୁ ଅପମାନିତ କରିଥିବା ଆରୋପ ଲଗାଯାଇଛି | ବାହାରିନ ଆନ୍ତରିକ ମନ୍ତ୍ରାଳୟ କହିଛନ୍ତି ଯେ ଦୋକାନର କ୍ଷତି କରିଥିବା ଏବଂ ଏକ ସମ୍ପ୍ରଦାୟ ଓ ଅନୁଷ୍ଠାନକୁ ଅପମାନିତ କରିଥିବା ଅଭିଯୋଗରେ ପୋଲିସ ମହିଳାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି |  

   Related Posts