previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ବୁମରାଙ୍କ ମାଇଲଷ୍ଟୋନ୍ : ‘ସେନା’ ଦେଶରେ କଲେ ୧୦୦ ଶିକାର

5/07/2022 at 2:46 PM

ବର୍ମିଂହାମ୍‌, ୦୫/୦୭: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ ବୁମରା ସେନା ଦେଶ (ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ) ରେ ୧୦୦ ଟେଷ୍ଟ ୱିକେଟ୍‌ ପୂରଣ କରିଛନ୍ତି । ଚଳିତ ଇଂଲଣ୍ଡ ବିପକ୍ଷ ସିରିଜ ନିର୍ଣ୍ଣାୟକ ପଞ୍ଚମ ଟେଷ୍ଟରେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ବୁମରା ଅଷ୍ଟ୍ରେଲିଆରେ ୩୨ଟି, ଦକ୍ଷିଣ ଆଫ୍ରିକାରେ ୨୬ଟି, ନ୍ୟୁଜିଲାଣ୍ଡରେ ୬ଟି ୱିକେଟ୍‌ ନେଇଥିବାବେଳେ ଇଂଲଣ୍ଡରେ ୩୬ଟି ୱିକେଟ୍‌ ଅକ୍ତିଆର କରି ସାରିଛନ୍ତି । ସେହିପରି ଇଂଲଣ୍ଡ ବିପକ୍ଷ କୌଣସି ଟେଷ୍ଟ ସିରିଜରେ ଭାରତୀୟ ପେସ୍‌ ବୋଲର ଭାବେ ବୁମରା ସର୍ବାଧିକ ୱିକେଟ୍‌ ରେକର୍ଡ଼ ସ୍ଥାପନ କରିଛନ୍ତି ।

ଚଳିତ ସିରିଜରେ ବୁମରା ୨୩ଟି ୱିକେଟ୍‌ ନେଇସାରିଛନ୍ତି । ତାଙ୍କ ନିକଟରେ ଅଧିକ ୱିକେଟ୍‌ ନେବାର ସୁଯୋଗ ରହିଛି । ୧୯୧- ୮୨ ସିଜନରେ ଭାରତର ପ୍ରସିଦ୍ଧ କ୍ରିକେଟର କପିଲ ଦେବ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୨୨ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ୨୦୧୪ରେ ଭୁବନେଶ୍ୱର କୁମାର ଇଂଲଣ୍ଡ ବିପକ୍ଷରେ ୧୯ଟି ୱିକେଟ୍‌ ନେଇଥିଲେ ।

   Related Posts