Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଏଥର ହେବ ବମ୍ପର ଉତ୍ପାଦନ, ଗହମ କରିବ ରେକର୍ଡ; ୧୧.୨୨ କୋଟି ଟନର ରେକର୍ଡ ଉତ୍ପାଦନ ଅନୁମାନ

14/02/2023 at 9:58 PM

ନୂଆଦିଲ୍ଲୀ: ଚଳିତ ଥର ଭଲ ବର୍ଷା ଏବଂ ରବି ଋତୁରେ ସଫଲ ଅନୁକୂଳ ପରିବେଶ ଯୋଗୁଁ ଚଳିତ ସଫଲ ବର୍ଷ ୨୦୨୨-୨୩ରେ ପ୍ରଚୁର ମାତ୍ରାରେ ଖାଦ୍ୟାନ୍ନ ଉତ୍ପଦାନ ନେଇ ଅନୁମାନ କରାଯାଉଛି । ଚଳିତ ଥର ୩୨.୩୬ କୋଟି ଟନ ମୋଟ ଖାଦ୍ୟ ଉତ୍ପାଦନ ହେବ, ଯାହା ପୂର୍ବ ଥରର ୩୧.୫୬ କୋଟି ଟନ ତୁଳନାରେ ୮୦ ଲକ୍ଷ ଟନ ଅଧିକ ରହିବ । ରବି ଋତୁର ପ୍ରମୁଖ ସଫଲ ଗହମ ରେକର୍ଡ ୧୧.୨୨ କୋଟି ଟନ ଉତ୍ପାଦନ ହେବ ବୋଲି ଅନୁମାନ କରାଯାଉଛି ।

ରବି ଋତୁରେ ରୋଗ ପ୍ରକୋପ କମ ରହିବା କାରଣରୁ ତୈଳ ଜାତୀୟ ଶସ୍ୟର ମୋଟ ଉତ୍ପାଦନ ଚାରି କୋଟି ଟନ ରହିବା ନେଇ ଅନୁମାନ କରାଯାଉଛି । ଏଥିରୁ କେବଳ ସୋରିଷର ଉତ୍ପାଦନ ୧.୨୮ କୋଟି ଟନ ରହିବ । ମଙ୍ଗଳବାର କୃଷି ମନ୍ତ୍ରାଳୟ ଦ୍ୱିତୀୟ ଅଗ୍ରୀମ ଅନୁମାନ ଜାରି କରିଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଫସଲର ରେକର୍ଡ ଉତ୍ପାଦନ ପାଇଁ କୃଷକ ଏବଂ ବୈଜ୍ଞାନିକଙ୍କ ପରିଶ୍ରମ ସହ ସରକାରୀ ନୀତିକୁ ଶ୍ରେୟ ଦେଇଛନ୍ତି ।

ଗତ ବର୍ଷ ରବି ଋତୁରେ ଗହମ ପାଚିବା ସମୟରେ ହଠାତ୍ ତାପମାତ୍ରା ବଢିବା କାରଣରୁ ଏହାର କୁପ୍ରଭାବ ଫସଲ ଉପରେ ପଡ଼ିଥିଲା । ଫଳରେ ମୋଟ ଉତ୍ପାଦନ ୬ରୁ ୧୦ ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ଫେବ୍ରୁଆରୀର ପ୍ରଥମାର୍ଦ୍ଧରେ ତାପମାତ୍ରା ଗହମ ପାଇଁ ଅନୁକୂଳ ରହିଥିଲା, ଆଗକୁ ମଧ୍ୟ ପାଗ ଅନୁକୂଳ ରହିବାର ଅନୁମାନ ରହିଛି । କୃଷି ମନ୍ତ୍ରାଳୟ ଅନୁସାରେ ମୋଟ ଗହମ ଉତ୍ପାଦନ ଆଜି ଯାଏର ସର୍ବାଧିକ ୧୧.୨୨ କୋଟି ଟନ ରହିବ । ସେହିପରି ଚଳିତ ରବି ଋତୁରେ ଧାନ ଉତ୍ପାଦନ ୧୩.୦୮ କୋଟି ଟନ ରହିବ ।    

   Related Posts