ହିମାଚଳରେ ଆଳୁର ବମ୍ପର ଉତ୍ପାଦନ, ଚାଷୀ ମାଲାମାଲ

Published By : Prameya-News7 Bureau | October 11, 2020 IST

ଶିମଲା ୧୧।୧୦: କୋଭିଡ-୧୯ ସଂକଟ ପ୍ରାୟ ସବୁ ଉଦ୍ୟୋଗକୁ ପ୍ରଭାବିତ କରିଛି। ତେବେ କୃଷିକ୍ଷେତ୍ରରୁ ଉତ୍ସାହଜନକ ଫଳାଫଳ ମିଳିବା ଚାଷୀଙ୍କୁ ଉତ୍ସାହିତ କରିଛି। ହିମାଚଳ ପ୍ରଦେଶରେ ଚାଷୀ ଚଳିତବର୍ଷ ବମ୍ପର ଆଳୁ ଉତ୍ପାଦନ କରିଛନ୍ତି। ଫସଲ ଲାଗି ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ୩୦ ପ୍ରତିଶତ ମୂଲ୍ୟ ମିଳିବା ଚାଷୀଙ୍କୁ ବେଶ୍ ଉତ୍ସାହିତ କରିଛି। ଲାହୋଲ ଉପତ୍ୟାକାରେ ଚାଷୀ ଫଳେଇଥିବା ଆଳୁ ଏବେ ଦେଶର ବିଭିନ୍ନ ବଜାରରେ ପହଞ୍ଚିବାରେ ଲାଗିଲାଣି।

{"id":342710,"sizeSlug":"large"}

ହିମାଳୟରେ ଭାରତ ଓ ଚୀନ୍‌ ସୀମାକୁ ଲାଗି ରହିଛି ଲାହୋଲ ଉପତ୍ୟାକା। ଏଠାରେ ବର୍ଷକୁ ଗୋଟିଏ ମାତ୍ର ଫସଲ ହୋଇପାରେ ଓ ତାହା ହେଉଛି ଆଳୁ। ହିମାଳୟରୁ ବରଫ ତରଳି ଝରୁଥିବା ପାଣି ମଡେଇ ଚାଷୀ ଚାଷ କରିଥାନ୍ତି। ଏଠାରେ ଏବେ ଆଳୁ ଉତ୍ପାଦନ ହୋଇସାରିଥିବା ବେଳେ ବଜାରରେ ମଧ୍ୟ ପହଞ୍ଚିବାରେ ଲାଗିଲାଣି। ଲାହୋଲରୁ ଉତ୍ପାଦିତ ଆଳୁର ଏକ ବଡ ଭାଗ ପଶ୍ଚିମବଙ୍ଗ, ବିହାର, ଗୁଜୁରାଟ,ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ସାଙ୍ଗକୁ ପୂର୍ବୋତ୍ତୋର ରାଜ୍ୟମାନଙ୍କୁ ଚାଲିଯାଇଥାଏ।

{"id":342711,"sizeSlug":"large"}

ଚଳିତବର୍ଷ ଅଧିକାଂଶ ଚାଷୀ ଏଠାରେ ମେକନ ଫୁଡ ଲାଗି ଠିକାରେ ଆଳୁଚାଷ କରିଥିଲେ। ଏଣୁ ଉତ୍ପାଦିତ ଫସଲର ଏକ ବଡ ଭାଗ ମେକନ ଫୁଡକୁ ବିକି ଦିଆଯାଇଥିବା ଚାଷୀ କହିଛନ୍ତି। କମ୍ପାନୀ ଲାଗି ଚାଷୀମାନେ ସନ୍ତାନା କିସମର ଆଳୁ ଚାଷ କରିଥିଲେ। ଏହି ଆଳୁ ବିଶେଷ କରି ଚିପ୍ସ ପ୍ରସ୍ତୁତିରେ ଲାଗିଥାଏ। ଏଣୁ କମ୍ପାନୀ ଆଳୁ ନେଇ ସାରିବା ପରେ ବାକି ଆଳୁ ଏଜେଣ୍ଟଙ୍କ ଦ୍ୱାରା ବିଭିନ୍ନ ରାଜ୍ୟକୁ ବାହାରିଗଲାଣି।

{"id":342712,"sizeSlug":"large"}

ଚଳିତବର୍ଷ ବଜାରରେ ଆଳୁର ଚାହିଦା ସାଙ୍ଗକୁ ଦର ବି ଉଚ୍ଚ ରହିଛି। ଠିକ୍ ସମୟରେ ଫସଲ ଅମଳ ଚାଷୀକୁ ବେଶ୍ ଲାଭବାନ କରିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଦୁଇଗୁଣାରୁ ଅଧିକ ଅମଳ ହୋଇଥିବା ବେଳେ ଚାଷୀଙ୍କୁ ଅଧିକ ଦର ମଧ୍ୟ ମିଳୁଛି। ଏବେ ଏଠାରେ ସନ୍ତାନା କିସମର ଆଳୁ ୫୦ କିଲୋଗ୍ରାମ ବ୍ୟାଗ୍ ପିଛା ୧୨ଶହରୁ ୧୩ଶହ ଟଙ୍କା ଦରରେ ବିକ୍ରି ହେଉଛି। ଗତ ୨୦୧୯ ମସିହାରେ ଏଠାରେ ଆଳୁ ଖୋଳାବେଳେ ଦର ୧ହଜାର ଟଙ୍କା ଥିଲା। ଏବେ ଉତ୍ପାଦିତ ଫସଲ କୁଲ୍ଲୁ ଯିବାପରେ ସେଠାରୁ ବିକ୍ରି ଆରମ୍ଭ ହେବ ବୋଲି ଏଠାକାର କୋ-ଅପରେଟିଭ ସୋସାଇଟି ନିର୍ଦ୍ଦେଶକ ପ୍ରେମଲାଲ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.