ବିଲରେ ହଳ ବେଳେ ଲାଗିଲା ବିଦ୍ୟୁତ୍ ଆଘାତ, ବଳଦ ମୃତ
12/02/2020 at 10:28 AM

ଖଲ୍ଲିକୋଟ ୧୨।୨: ଗଞ୍ଜାମ ଜିଲ୍ଲା ଛାତ୍ରପୁର ବ୍ଲକ୍ ହୁମ୍ବର ଗ୍ରାମରେ ଚାଷୀ ରାମଚନ୍ଦ୍ର ପଳେଇ ବିଲରେ ହଳ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଗୋଟିଏ ବଳଦର ମୃତ୍ୟୁ ହୋଇଛି । ବିଲ ନିକଟରେ ଏକ ଲୁହା ବିଦ୍ୟୁତ୍ ଖୁଣ୍ଟି ଥିଲା । କୌଣସି କାରଣ ବଶତଃ ସେଥିରେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା । ଯାହାଫଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଖବର ପାଇ ଘଟଣାସ୍ଥଳରେ ବିତ୍ୟୁତ ବିଭାଗ ଓ ପଶୁ ସମ୍ପଦ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି । ଚାଷୀ ଜଣଙ୍କ ଗରିବ ଶ୍ରେଣୀର ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ଆର୍ଥିକ ସହାୟତା ଦାବି କରିଛନ୍ତି ।
Related Posts
ଜାଗା ବିବାଦକୁ ନେଇ ଅଙ୍ଗନବାଡି କେନ୍ଦ୍ରରେ ତାଲା, ଥାନାରେ ପହଞ୍ଚିଲା ମାମଲା
28 January 2023
ପୂଜା ଭୋଗ ଖାଇ ୨୦ ଛାତ୍ରୀ ଅସୁସ୍ଥ, ଭୀମସାରରେ ଭର୍ତ୍ତି
28 January 2023