ଦେଶର ପ୍ରଥମ ବୁଲେଟ ଟ୍ରେନ ପ୍ରୋଜେକ୍ଟରେ ୧୨ଲକ୍ଷ ଟଙ୍କାର ସାମଗ୍ରୀ ଚୋରି; ଦୁଇ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | April 06, 2022 IST

ନବସାରୀ ୦୬/୦୪ : ଦେଶର ପ୍ରଥମ ବୁଲେଟ ଟ୍ରେନ ପ୍ରୋଜେକ୍ଟରେ ଚୋରି ମାମଲା ସାମ୍ନାକୁ ଆସିଛି । ଅହମଦାବାଦରୁ ମୁମ୍ବାଇ ଯିବାକୁଥିବା ପ୍ରଥମ ବୁଲେଟ ଟ୍ରେନ ପରିଯୋଜନାରେ କାମ ହେଉଥିଲା। ଏହି ପରିଯୋଜନା ସହିତ ଯଡ଼ିତ ୧୨.୫ ଲକ୍ଷ ଟଙ୍କାର ସାମଗ୍ରୀ ବାର ଦିନରେ ଚୋରି ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗୁଜୁରାଟର ନବସାରୀର ନସିଲପୁର ଗାଁରୁ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କ ପରିଚୟ ମହମ୍ମଦ ମୁସା ରାୱତ ଓ ଇମରାନ ଶେଖ ବୋଲି ଜଣା ପଡ଼ିଛି । ମୁ୍ମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ପରିଯୋଜନା ପାଇଁ ବିଭିନ୍ନ ସାମଗ୍ରୀ ମହଜୁଦ କରାଯାଇଥିଲା । ମାର୍ଚ୍ଚ ୨୩ରୁ ଏହି ପ୍ରୋଜେକ୍ଟ ପାଇଁ କାମ ହେଉଥିବା ସ୍ଥାନରୁ ଲୁହା ପ୍ଲେଟ, କପ ଲକ, ଷ୍ଟିଲ ଚାନେଲ ଚୋରି ହେଉଥିଲା।    

ପରିଯୋଜନା ସ୍ଥାନରେ କାମ କରୁଥିବା କର୍ମଚାରୀମାନେ ସେଠାରେ ଗୋଟିଏ ଟେମ୍ପୋ ଓ କାର୍‌ରେ କିଛି ଅଜଣା ଲୋକଙ୍କୁ ଦେଖିଥିଲେ। ସେମାନେ କାମ ହେଉଥିବା ସ୍ଥାନରୁ ଲୁହାଛଡ଼, ଓ ଟିଏମଟି ଛଡ଼ ଚୋରି କରି ଟେମ୍ପୋରେ ଲଦୁଥିଲେ। କର୍ମଚାରୀମାନେ ଦେଖିବା ପରେ ସେମାନେ ସେଠାରେ ଟେମ୍ପୋ ଛାଡ଼ି କାର୍‌ରେ ପଳାଇ ଯାଇଥିଲେ। ପରେ ଏନେଇ  କର୍ମଚାରୀମାନେ ନବସାରୀ ଗ୍ରାମୀଣ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣଙ୍କୁ ଗିରଫ କରିଛି। ଦୁଇ ଜଣଙ୍କ ଘର ନସୀଲପୁର ଗାଁରେ ବୋଲି ଜଣା ପଡ଼ିଛି ।

ଏହି ବିଷୟରେ ନବସାରୀ ଡିଏସପି ଏସକେ ରାୟ କହିଛନ୍ତି ‘’ଏହି ମାମଲାରେ ଦୁଇ ଚାରି ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ତିନି ଜଣଙ୍କୁ ଏବେ ପୋଲିସ ଖୋଜୁଛି। ଟେମ୍ପୋ ସହିତ ଚୋରି କରା ଯାଇଥିବା ଲୁହା ଏଙ୍ଗେଲ ଓ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି । ମାତ୍ର ୧୨ ଦିନ ଭିତରେ ଅଭିଯୁକ୍ତମାନେ ୧୨.୫ ଲକ୍ଷ ଟଙ୍କାର ଲୁହା ସାମଗ୍ରୀ ଚୋରି କରିଛନ୍ତି ବୋଲି ପୋଲିସ କହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.