୧୮,୭୦୦ ଟଙ୍କାରେ ବୁଲେଟ୍‌, ୧୯୮୬ ର ବିଲ୍‌ ଦେଖି ଆଶ୍ଚର୍ଯ୍ୟ ୟୁଜର୍ସ

Published By : Prameya-News7 Bureau | December 28, 2022 IST

ନୂଆଦିଲ୍ଳୀ, ୨୮/୧୨: ରୟାଲ ଏନଫିଲଡର ବୁଲେଟ୍ ବାଇକ୍ ଚଲାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। କମ୍ପାନୀର ଅନେକ ମଡେଲର ବାଇକ୍ ମଧ୍ୟ ରହିଛି। ଏହି ସବୁ ମଡେଲ ମଧ୍ୟରୁ ସବୁଠୁ ଲୋକପ୍ରିୟ ହେଉଛି ବୁଲେଟ୍‌ ୩୫୦।  ଭାରତରେ ଏହା ଖୁବ୍ ଲୋକପ୍ରିୟ। ପ୍ରାୟ ଦଶନ୍ଧିରୁ ଭାରତୀୟ ବଜାରରେ ନିଜର ରାଜ୍ ଜାରି ରଖିଛି ବୁଲେଟ୍ ୩୫୦।

ସମୟକ୍ରମେ ଏଥିରେ ଅନେକ ପରିବର୍ତ୍ତନ ମଧ୍ୟ ହୋଇଛି। କିନ୍ତୁ ଏହି ବାଇକ୍‌ ଚଲାଇବାର ଅନୁଭବ ଏବେବି ସମାନ ରହିଛି। ବର୍ତ୍ତମାନ ଯଦି ଆପଣ ଏକ ବୁଲେଟ୍ ୩୫୦ କିଣିବେ ତେବେ ଆପଣଙ୍କୁ ଏହାର ଏକ୍ସ ସୋ ରୁମ୍ ମୂଲ୍ୟ ୧.୫ ଲକ୍ଷରୁ ଅଧିକ ପଡ଼ିପାରେ। କିନ୍ତୁ କ’ଣ ଆପଣ ଜାଣନ୍ତି ଯେ ଏହି ଆଇକନିକ୍ ବୁଲେଟ୍ ୩୫୦ ର ଦାମ୍ ଦିନେ ମାତ୍ର ୧୮,୭୦୦ ଟଙ୍କା ଥିଲା। ହୁଏତ ଆପଣଙ୍କୁ ବିଶ୍ବାସ ହୋଇନପାରେ, କିନ୍ତୁ ସତ।

ଏବେ ବୁଲେଟ୍ ୩୫୦ ର ଏକ ପୁରୁଣା ବିଲ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକି ୟୁଜରଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏହି ବିଲ୍‌ରେ ବାଇକ୍‌ର ମୂଲ୍ୟ ମାତ୍ର ୧୮,୭୦୦ ରହିଛି। ତେବେ ଏହି ବୁଲେଟ୍ ହେଉଛି ୧୯୮୬ ମସିହାର ମାନେ ୩୬ ବର୍ଷ ପୁରୁଣା। ବୁଲେଟ୍‌ର ବିଲ୍‌ରେ ଝାଡ଼ଖଣ୍ଡର ସନ୍ଦୀପ ଅଟୋ କମ୍ପାନୀର ନାମ ରହିଛି।

ସୂଚନା ଥାଉ ଏହି ମୋଟରସାଇକେଲ ସେହି ସମୟରେ ଏକ ଦମଦାର ମୋଟରସାଇକେଲ ଭାବରେ ଜଣାଶୁଣା। ଏମିତିକି ଭାରତୀୟ ସେନା ଏହି ବାଇକ୍ ସାହାଯ୍ୟରେ ସୀମାରେ ପାଟ୍ରୋଲିଂ ମଧ୍ୟ କରୁଥିଲେ। ଏହି ବାଇକ୍ କମ୍ପାନୀର ସବୁଠୁ ପୁରୁଣା ବାଇକ୍ ମଧ୍ୟରୁ ଗୋଟିଏ। କୁହାଯାଉଛି କମ୍ପାନୀ ଆସନ୍ତା ସମୟରେ ଏହାର ୬୫୦ ସିସି ଇଞ୍ଜିନ ବିଶିଷ୍ଟ ଏକ ବାଇକ୍ ଲଞ୍ଚ କରିପା​‌ରେ। ଏବେ ଏହା କେବଳ ୩୫୦ ସିସି ଏବଂ ୫୦୦ ସିସି ଇଞ୍ଜିନ ରହିଛି।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.