ୟୁପିରେ ଉପଦ୍ରବୀଙ୍କୁ ବୁଲଡୋଜର ଚେତାବନୀ, କୁହାଯାଇଛି ପ୍ରତି ଶୁକ୍ରବାର ପରେ ଆସେ ଶନିବାର

Published By : Prameya-News7 Bureau | June 12, 2022 IST

ଲକ୍ଷ୍ନୌ ୧୨।୬: ପୈଗମ୍ବର ବିବାଦକୁ ନେଇ ଶୁକ୍ରବାର ନମାଜ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଉପୁଜିଥିବା ହିଂସା ରାଜ୍ୟ ପୋଲିସକୁ ସତର୍କ  କରିଦେଇଛି। ଏଥିରେ ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆଦେଶ ମଧ୍ୟ ଦିଆଯାଇଛି। ଏହା ମଧ୍ୟରେ ଶନିବାର ଯୋଗୀ ଆଦିତ୍ୟନାଥଙ୍କ ମିଡିଆ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାର ଶନିବାର ଟ୍ୱିଟରରେ ଏକ ପରୋକ୍ଷ ଚେତାବନୀ ପୋଷ୍ଟ କରିଛନ୍ତି। ଏଥିରେ ପ୍ରତି ଶୁକ୍ରବାର ପରେ ଶନିବାର ଆସେ ବୋଲି ଉପଦ୍ରବୀଙ୍କୁ ଚେତାଇ ଦେଇଛନ୍ତି।

wp:html /wp:html

ଏକ ବୁଲଡୋଜର ଫଟୋ ସହିତ ଏହି ସାଂକେତିକ ପୋଷ୍ଟ ଉପଦ୍ରବୀଙ୍କ ବିରୋଧରେ ସରକାରଙ୍କ ମନଭାବକୁ ସ୍ପଷ୍ଟ କରିଦେଇଛି। ଏହା ଛଡା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶନିବାର ଶୀର୍ଷ ବ୍ୟୁରୋକ୍ରାଟଙ୍କ ଟିମ୍‌ ସହ ଏକ ଜରୁରୀ ସମୀକ୍ଷା ବୈଠକ କରିଛନ୍ତି। ଏହା ପରେ ସରକାରଙ୍କ ଦ୍ୱାରା ଜାରି ବୟାନରେ ଶୁକ୍ରବାର ଅରାଜକ ପ୍ରୟାଶ କରିଥିବା ଏଭଳି ଅସମାଜିକ ତତ୍ୱଙ୍କ ବିରୋଧରେ  କଡା କାର୍ଯ୍ୟାନୁଷ୍ଠାନ କରିବାକୁ କୁହାଯାଇଛି। ସଭ୍ୟ ସମାଜରେ ଏପରି ଲୋକଙ୍କ କୌଣସି ଆବଶ୍ୟକତା ନଥିବା କୁହାଯାଇଥିବା ବେଳେ ଯେପରି କୌଣସି ନିର୍ଦ୍ଦୋଷ ଲୋକେ ଏଥିରେ ପ୍ରଭାବିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

{"id":641052,"width":841,"height":321,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ନମାଜ ପରେ ପ୍ରୟାଗରାଜ, ସହରାନପୁର, ବିଜନୌର, ମୁରାଦାବାଦ, ରାମପୁର ଓ ଲକ୍ଷ୍ନୌରେ ବ୍ୟାପକ ହିଂସା ଉପୁଜିଥିଲା। ପୋଲିସ ୬ ଜିଲ୍ଲାରେ ହୋଇଥିବା ବିଭିନ୍ନ ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୧୩୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.