ଗଞ୍ଜେଇ ମାଫିଆର ବେଆଇନ ଘର ଉପରେ ଚଢ଼ିଲା ବୁଲଡୋଜର, ମାଟିରେ ମିଶିଲା ୨ ମହଲା କୋଠା

Published By : Prameya-News7 Bureau | August 17, 2023 IST

ଟିଟିଲାଗଡ଼: ଗଞ୍ଜେଇ ମାଫିଆର ବେଆଇନ ଘର ଉପରେ ଚଢ଼ିଲା ବୁଲଡୋଜର। ମାଟିରେ ମିଶିଲା ଦୁଇ ମହଲା ବିଶିଷ୍ଟ ଆଲିସାନ କୋଠା। ଏନେଇ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ମାଫିଆ ଘନଶ୍ୟାମ ଜେନା ବର୍ତ୍ତମାନ ଜେଲ୍‌ରେ ରହିଛି।

ଆଜି ଫପସି  ଭିଆଇପି ଛକ ବଡ଼ମାଳ ଗୋଳାବାରୁଦ କାରଖାନାର ମୁଖ୍ୟ ଫାଟକ ନିକଟରେ ଥିବା ଗଞ୍ଜେଇ ମାଫିଆ ଘନଶ୍ୟାମ ଜେନାଙ୍କ  ଆଲିସାନ କୋଠାଘର ଉପରେ ବୁଲଡୋଜର ଚଢି ମାଟିରେ ମିଶେଇ ଦେଇଛି । ଏନେଇ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏହି ସମୟରେ ଅବକାରୀ ବିଭାଗର ଅଧିକାରୀ ସହ ସଇଁତଲା ତହସିଲଦାର ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ମାଫିଆର ଆଲିସାନ କୋଠାଘରକୁ ଧୂଳିସାତ କରାଯାଇଛି। ଦୁଇ ମହଲା ବିଶିଷ୍ଟ ଘରକୁ ଭାଙ୍ଗିବାକୁ ୨ଟି ବୁଲଡୋଜର ନିୟୋଜିତ କରାଯାଇଥିଲା।

wp:heading {"level":4}

Also read- ଯାଦୁ ଦେଖାଇବା ପୂର୍ବରୁ ଫେଲ୍‌ ମାରିଲା ମ୍ୟାଜିକ୍ ମିରର୍, ଡିଲ୍‌ ବେଳେ ବେପାରୀଙ୍କୁ ମାଡିବସିଲା ପୋଲିସ

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.