Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବାୟୁସେନାର ବଢିବ ଶକ୍ତି, ସାମିଲ ହେବ ସ୍ୱଦେଶୀ ହାଲୁକା ଯୁଦ୍ଧ ହେଲିକପ୍ଟର

3/10/2022 at 11:15 AM

ନୂଆଦିଲ୍ଲୀ ୦୩।୧୦ : ବଢିବ କ୍ଷମତା । ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ଏହିକ୍ରମରେ ସାମିଲ ହେବ ସ୍ୱଦେଶୀ ହାଲୁକା ଯୁଦ୍ଧ ହେଲିକପ୍ଟର ।  ଏହି ହେଲିକପ୍ଟରରେ ମିଶାଇଲ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯିବାର ସାମର୍ଥ୍ୟ ରହିଛି ।

ଖବର ଅନୁଯାୟୀ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ପକ୍ଷରୁ ଏହି ସ୍ୱେଦଶୀ ହେଲିକପ୍ଟରକୁ ବିକଶିତ କରାଯାଇଛି । ବିଶେଷ କରି ପାହାଡିଆ ଅଞ୍ଚଳରେ ଏହାର ବ୍ୟବହାର କରିବାକୁ ପ୍ରସ୍ତୁତ କରାଯାଇଛି । ଏହି ସ୍ୱଦେଶୀ ଆଡଭାନ୍ସ ହାଲୁକା ହେଲିକପ୍ଟରଟି ଧ୍ରୁବ ପରି ସମାନ କ୍ଷମତା ରଖିଛି ।  ସୋମବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାୟୁସେନା ପ୍ରମୁଖ ମାର୍ସଲ ବିଆର୍‌ ଚୌଧୁରୀଙ୍କ ଉପସ୍ଥିତିରେ ଯୋଦ୍ଧପୁର ସ୍ଥିତ ଷ୍ଟେସନରେ ଏହି ଯୁଦ୍ଧ ହେଲିକପ୍ଟରକୁ ବାୟୁସେନାରେ ସାମିଲ କରାଯିବ। ୫.୮ ଟନ୍‌ ଓଜନ୍‌ ଏବଂ ଦୁଇଟି ଇଞ୍ଜିନ୍‌ ବିଶିଷ୍ଟ ଏହି ହେଲିକପ୍ଟରର ପରୀକ୍ଷଣ ସରିଛି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳ ସମିତିର ବୈଠକରେ ୧୫ଟି ସ୍ୱେଦଶୀ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ମିଳିଥିଲା । ଏହାମଧ୍ୟରୁ ୧୦ ହେଲିକପ୍ଟର ବାୟୁସେନା ଏବଂ ୫ଟି ସ୍ଥଳସେନା ପାଇଁ ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି । ଏହି ସ୍ୱେଦଶୀ ହେଲିକପ୍ଟରଟି ହାଲୁକା ହୋଇଥିବାରୁ ପାହାଡିଆ ଅଞ୍ଚଳରେ ପୂର୍ଣ୍ଣ କ୍ଷମତାର ସହ ମିଶାଇଲ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରିବାର ସକ୍ଷମ ରହିଛି ।

ସେହିପରି ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ଏହି ହେଲିକପ୍ଟରରେ ୪୫ ପ୍ରତିଶତ ସ୍ଵଦେଶୀ ଉପକରଣ ବ୍ୟବହୃତ ହୋଇଛି। ଏହି ହେଲିକପ୍ଟର ଅଧିକ ସକ୍ରିୟ, ଗତିଶୀଳ, ଯୁଦ୍ଧ ସମୟରେ ସର୍ଚ୍ଚ ଏବଂ ରେସକ୍ୟୁ ଅପରେସନ, ଶତ୍ରୁଙ୍କୁ ମାରକ କ୍ଷମତା ଏବଂ କାଉଣ୍ଟର ଏମରଜେନ୍ସି ଅପରେଶନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

   Related Posts