ବଡ଼ ଦୁର୍ଘଟଣା: ୪ ମହଲା କୋଠା ଭୁଷୁଡ଼ି ପାଞ୍ଚ ମୃତ, ଭଗ୍ନାଂଶ ତଳେ ଫସିଛନ୍ତି ୨୦ ରୁ ଅଧିକ

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ,୨୪/୧୦: ଚାରି ମହଲା କୋଠା ଭୁଷୁଡ଼ିବା ଯୋଗୁଁ ତିନି ଜଣଙ୍କ ମୃତ୍ୟୁ। ଭଗ୍ନାଂଶ ତଳେ ୨୦ ରୁ ୩୦ ଜଣ ଫସିରହିଥିବା କୁହାଯାଉଛି। ଏପର୍ଯ୍ୟନ୍ତ ୭ ଜଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣା ଘଟିଛି ଲକ୍ଷ୍ନୌ ହଜରଗଞ୍ଜର ବଜୀର ହସନ ରୋଡ୍‌ ସ୍ଥିତ ଅଲାୟା ଆପାର୍ଟମେଣ୍ଟରେ। ଏନଡିଆରଏଫ୍ ଏବଂ ଏସଡିଆର ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ନେଇ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମଧ୍ୟ ଅବଗତ କରାଯାଇଛି ତଥା ଅଧିକାରୀକୁ ଉଦ୍ଧାର କାର୍ଯ୍ୟର ନିର୍ଦ୍ଦେଶ ଦିଆଯାଇଛି।

ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି ଘଟଣାର କାରଣ ଖୋଜାଯାଉଛି। ତିନିଜଣକର ଶବ ମିଳିଛି। ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। କୁହାଯାଉଛି ନିକଟରେ ବିଲ୍ଡିଂର ବେସ୍‌ମେଣ୍ଟରେ କିଛି କାମ ହୋଇଥିଲା।

ସୂଚନା ଅନୁଯାୟୀ, ଆପାର୍ଟମେଣ୍ଟରେ ସାତ ପରିବାର ରହିଥିଲେ। ଦୁର୍ଘଟଣାରେ ଅନେକ ଗାଡ଼ି ମଧ୍ୟ ନଷ୍ଟ ହୋଇଛି। ଅନେକ ଲୋକ ତଳେ ଚାପି ହୋଇ ରହିଥିବା ନେଇ କୁହାଯାଉଛି। ତେବେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଉପସ୍ଥିତ ରହିଛି। ଭଗ୍ନାଂଶରୁ ଉଦ୍ଧାର ହେଉଥିବା ବ୍ୟକ୍ତି୍‌କୁ କେଜିଏମୟୁ ଏବଂ ବଳରାମପୁର ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

କୁହାଯାଉଛି ଏହି ଘଟଣା ଭୂମିକମ୍ପ କାରଣରୁ ହୋଇଛି। ପ୍ରକୃତରେ ମଙ୍ଗଳବାର ନେପାଳରୁ ଭାରତ ପର୍ଯ୍ୟନ୍ତ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର କିଛି ଘଣ୍ଟା ପରେ ଲକ୍ଷ୍ନୌରେ ଏହି ଦୁର୍ଘଟଣା ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.