Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ରାଜଧାନୀରେ ବଡ଼ ଦୁର୍ଘଟଣା; ଭୁଶୁଡ଼ିଲା ଉଚ୍ଚ ବିଲ୍ଡିଂ, ଏକାଧିକ ଲୋକେ ଚାପି ହୋଇ ରହିଥିବା ସନ୍ଦେହ

9/10/2022 at 9:31 PM

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ଼ ଧରଣରୁ ଦୁର୍ଘଟଣା ଘଟିଛି। ଦିଲ୍ଲୀ ଲାହୋରୀ ଗେଟ୍‌ ଏରିଆରେ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। ଏଥିରେ ଏପର୍ଯ୍ୟନ୍ତ ୫ ଜଣ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ମୃତାହତଙ୍କ ସ୍ପଷ୍ଟ ସୂଚନା ମିଳି ନାହିଁ।

ଦୁର୍ଘଟଣା ନେଇ ସନ୍ଧ୍ୟା ୭.୩୦ ମିନିଟ୍‌ରେ ଦମକଳବାହିନୀକୁ ସୂଚନା ଦିଆଯାଇଥିଲା। ଖବର ପାଇଁ ୫ଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ପାଖାପାଖି ୪ ଜଣ ଲୋକେ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।  

   Related Posts