ଆମେରିକା ଫ୍ଲୋରିଡାରେ ଭୁଶୁଡିଲା ବିଲ୍ଡିଂ ୫ ମୃତ, ୧୫୬ ନିଖୋଜ

Published By : Prameya-News7 Bureau | June 27, 2021 IST

ଆମେରିକା ୨୭/୬: ଆମେରିକାର ଫ୍ଲୋରିଡାରେ ଭୁଶୁଡିଲା ବିଲ୍ଡିଂ । ୧୨ ମହଲା କୋଠା ବିଲ୍ଡିଂ ୫ଜଣଙ୍କ ମୃତ୍ୟୁ ହେବା ସହ ୧୦୦ ଜଣ ନିଖୋଜ ହୋଇଛନ୍ତି । ୫ ଜଣଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି । ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କେମିତି କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଫ୍ଲୋରିଡାର ମିଆମି ସାଗର ନିକଟରେ ହଠାତ୍ ଏକ କୋଠା ଭୁଶୁଡି ପଡିଥିଲା । ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ମାଟିତଳୁ କିଛି ଲୋକଙ୍କୁ ବାହାର କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ୧୫୬ ଜଣ ଲୋକ ସେହି ମାଟିତଳେ ଫସିରହିଥିବା ଅନୁମାନ କରାଯାଉଛି । କୋଠା ଭୁଶୁଡ଼ିବା ପରେ ନିଆଁ ଅଳିଆ ଆବର୍ଜନା ଭିତରେ ବ୍ୟାପି ଯାଇ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇପଡିଛି ।

ବିଲ୍ଡିଂ ଭୁଶୁଡିବା ପରେ ତୃତୀୟ ମହଲାରେ ଲାଗି ଯାଇଥିଲା ନିଆଁ । ମିଆମି-ଡେଡର ମେୟର କହିଛନ୍ତି ଯେ ନିଆଁ ବହୁତ ଶକ୍ତିଶାଳୀ ଥିବାରୁ ଅଗ୍ନିଶମ କର୍ମଚାରୀ ଉତ୍ସ ଖୋଜି ପାଇ ନାହାଁନ୍ତି । ଅଗ୍ନିକାଣ୍ଡ ଯୋଗୁଁ ଉଦ୍ଧାର କାର୍ଯ୍ୟରେ କଷ୍ଟସାଧ୍ୟ ହୋଇପଡ଼ିଛି ବୋଲି ସେ କହିଛନ୍ତି । ତେବେ ଏହି ଦୁର୍ଘଟଣା କିପରି ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.