ରାସ୍ତା ଖରାପ ଯୋଗୁଁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ୨ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

Published By : Prameya-News7 Bureau | August 25, 2021 IST

ଦାରିଙ୍ଗବାଡ଼ି ୨୫।୦୮:  ବିକାଶର ଏ ଆଉ ଏକ ଚିତ୍ର । ରାସ୍ତା ଖରାପ ଯୋଗୁଁ ଠିକଣା ଜାଗାରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଅଧାରାସ୍ତାରେ ଜନ୍ମ ଦେଲେ ଶିଶୁ କନ୍ୟା । କନ୍ଧମାଳ ଜିଲ୍ଲା ଭ୍ରମରବାଡ଼ି ପଞ୍ଚାୟତ ଲଦାଙ୍ଗି ଗାଁର ଘଟିଛି ଏପରି ଘଟଣା ।

{"id":501051,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଲଦାଙ୍ଗି ଗ୍ରାମର ମୃତୁଞ୍ଜୟ ପ୍ରଧାନଙ୍କ ପତ୍ନୀ ବନିତା ପ୍ରଧାନଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ  ଦାରିଙ୍ଗବାଡି  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏଥିଲାଗି ମୃତ୍ୟଞ୍ଜୟ  ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ସହ ଯୋଗାଯୋଗ କରି ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ଏହାପରେ ଆମ୍ବୁଲାନ୍ସ ବନିତାଙ୍କୁ  ଆଣିବା ପାଇଁ  ଲଦାଙ୍ଗି  ଅଭିମୁଖେ ବାହାରିଥିଲା । କିନ୍ତୁ ଲଦାଙ୍ଗି ଗାଁଠାରୁ ୨ କିମି ଦୂର ବଡ଼ାଙ୍ଗପିପିଲି ଠାରୁ ୧୦୮ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରିନଥିଲା । ଗାଁକୁ ସଂଯୋଗ କରୁଥିବା ରାସ୍ତା କାଦୁଅ ଏବଂ ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ଗାଡି ଆଡକୁ ବଢିପାରିନଥିଲା ।

{"id":501054,"sizeSlug":"full","linkDestination":"none"}

ଶେଷରେ  ଆମ୍ବୁଲାନ୍ସ ଚାଳକ ଶିବରାମ ବଳିଆର ସିଂ ଗାଡ଼ିରୁ ଓହ୍ଲାଇଥିଲେ । ସ୍ୱାମୀ ମୃତ୍ୟୁଞ୍ଜୟ ଓ ଅନ୍ୟ କିଛି ଗାଁର ଲୋକଙ୍କ ସହାୟତାରେ ଗର୍ଭବତୀଙ୍କୁ ଷ୍ଟ୍ରେଚରେ ବୋହି ଆଣିଥିଲେ ।  ଷ୍ଟ୍ରେଚରରେ ବୋହି ଆଣିବା ସମୟରେ  ବନିତା  ଯନ୍ତ୍ରଣାରେ ଛଟପଟ ହୋଇ ଅଧାବାଟରେ ଏକ ଶିଶୁ କନ୍ୟା ପ୍ରସବ କରିଥିଲେ l ପ୍ରସବ ପରେ ଉଭୟ ମାଆ ଓ ଝିଅଙ୍କୁ ପୁଣି ଥରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଯାଇଥିଲା । ଏହାପରେ ଉଭୟଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.