ଗଞ୍ଜାମ ବୁଗୁଡାରେ ଓକିଲଙ୍କୁ ପୋଲିସର ମାଡ ପ୍ରତିବାଦରେ ତେଜିଲା ବିବାଦ ; ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ବସୁଛି ବୁଗୁଡା ଓକିଲ ସଂଘର ବୈଠକ

Published By : Prameya-News7 Bureau | November 14, 2018 IST

ବୁଗୁଡା ୧୪|୧୧:   ଗଞ୍ଜାମ ଜିଲ୍ଲା ବୁଗୁଡାରେ ଜଣେ ଓକିଲଙ୍କୁ ପୋଲିସର ମାଡ ପ୍ରତିବାଦରେ ତେଜିଲା ବିବାଦ ।  ଆଜି ଭଞ୍ଜନଗରଠାରେ ବୁଗୁଡା ଓକିଲ ସଂଘର ବୈଠକ ବସିବ । ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଓକିଲମାନେ ନିଷ୍ପତ୍ତି ନେବେ । ଗତକାଲି ଜମିଜମା ସମସ୍ୟା ସମ୍ପର୍କରେ ବୁଝିବାକୁ ଓକିଲ ହରପ୍ରସାଦ ଦାସ ଥାନାକୁ ଯାଇଥିଲେ । ତେବେ ସେଠାରେ ବୁଗୁଡା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ବାଳ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଯାହାର ପ୍ରତିବାଦ କରିଛି ବୁଗୁଡା ଓକିଲ ସଂଘ । ସମସ୍ୟାର ସମାଧାନ ନେଇ ଗତକାଲି ପୋଲିସ ଏବଂ ଓକିଲ ସଂଘ ମଧ୍ୟରେ ବୈଠକ ବସିଥିଲେ ବ ମଧ୍ୟ କିଛି ନିର୍ଯ୍ୟାସ ବାହାରିପାରିଲାନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.