scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଶ୍ଚର୍ଯ୍ୟଜନକ ଘଟଣା: ମଇଁଷି ଖାଇଦେଲା ସୁନା ମଙ୍ଗଳସୂତ୍ର, ଡାକ୍ତର କଲେ ଅସ୍ତ୍ରୋପଚାର

3/10/2023 at 1:57 PM

ନୂଆଦିଲ୍ଲୀ ୦୩।୧୦: ସାଧାରଣତଃ ଘାସ କୁଣ୍ଡା ଚୋକଡ ଖାଇଥାଏ ମଇଁଷି । କିନ୍ତୁ କେବେ ଶୁଣିଛନ୍ତି କି ମଇଁଷି ସୁନା ମଙ୍ଗଳସୁତ୍ର ଖାଇବା । ଆଉ ଏଥିପାଇଁ ମଇଁଷିର ଅସ୍ତ୍ରୋପଚାର ହେବା । ହଁ ଆଜ୍ଞା ଏମିତିକି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମହାରାଷ୍ଟ୍ରର ୱାଶିମ ଜିଲ୍ଲାରୁ ସାମ୍ନାକୁ ଆସିଛି। ଏଠାରେ ଡାକ୍ତର ଏକ ମହଙ୍ଗା ମଙ୍ଗଳସୂତ୍ର ପାଇଁ ମଇଁଷି ପେଟର ଅସ୍ତ୍ରୋପଚାର କରିଛନ୍ତି ।

 ଖବର ଅନୁଯାୟୀ ଜଣେ ମହିଳା ତାଙ୍କ ମଙ୍ଗଳସୁତ୍ରକୁ ବେକରୁ ବାହାର କରି ଏକ ଥାଳିରେ ରଖିଦେଇ ଶୋଇବାକୁ ଚାଲି ଯାଇଥିଲେ। ତା’ପରଦିନ ତରବର ‌ହୋଇ ସେହି ଥାଳିରେ କିଛି ଖାଦ୍ୟ ରଖି ମଇଁଷିକୁ ଖାଇବାକୁ ଦେଇଥି‌ଲେ। ମଇଁଷି ବି ଉକ୍ତ ଥାଳିରେ ଥିବା ଖାଦ୍ୟ ସହିତ ମଙ୍ଗଳସୂତ୍ରକୁ ଗିଳି ‌ଦେଇଥିଲା । ପରେ ଯେତେବେଳେ ମହିଳାଙ୍କ ମଙ୍ଗଳସୂତ୍ର କଥା ମନେ ପଡ଼ିଲା ସେତେବେଳକୁ ମଇଁଷି ପେଟକୁ ଚାଲି ଯାଇଥିଲା ।

ଏହାପରେ ମହିଳା ତୁରନ୍ତ ମିଇଁଷିକୁ ନେଇ ପଶୁ ଡାକ୍ତରଖାନାକୁ ଯାଇଥିଲେ । ଆଉ ଡାକ୍ତର ମଇଁଷି ପେଟର ଏକ୍ସ-ରେ କରିବା ପରେ ମଙ୍ଗଳସୂତ୍ରଟି ଯେଉଁ ସ୍ଥାନରେ ଥିଲା ସେ ସ୍ଥାନକୁ ଚିହ୍ନଟ କରିଥିଲେ ଏବଂ  ଅସ୍ତ୍ରୋପଚାର କରିଥିଲେ । ୨ଘଣ୍ଟାର ଅସ୍ତ୍ରୋପଚାର ପରେ ଡାକ୍ତର ମଇଁଷି ପେଟରୁ  ୨୫ଗ୍ରାମର ସୁନାର ମଙ୍ଗଳସୂତ୍ର ବାହାର କରିଥିଲେ । ଯାହାର ମୂଲ୍ୟ ୨ଲକ୍ଷ ଟଙ୍କା ପାଖାପାଖି ହେବ ବୋଲି କୁହାଯାଉଛି ।

 ମଙ୍ଗଳସୂତ୍ର ବାହାର କରିବା ପରେ  ଡାକ୍ତର ମଇଁଷି  ପେଟରେ ୬୦ରୁ ୬୫ଟି ସିଲେଇ ପକାଇଥିଲେ। ତେବେ ଏହି ଘଟଣାକୁ ନେଇ ଅନେକ ମତ ପ୍ରକାଶ କରିଛନ୍ତି । ଅନେକ କହିଛନ୍ତି କି ପଶୁପକ୍ଷୀଙ୍କ ସହିତ ଏଭଳି ଅବହେଳା କରନ୍ତୁ ନାହିଁ  । ମଣିଷର ସାମାନ୍ୟ ଭୁଲ ପାଇଁ ନୀରିହ ଜନ୍ତୁମାନେ କଷ୍ଟ ପାଉଛନ୍ତି ବୋଲି କିଛିଲୋକ ପ୍ରତିକ୍ରିୟା ଦେଇଛନ୍ତି।

You Can Read:

   Related Posts