ପୁଷ୍କର ମେଳାରେ ଆକର୍ଷଣ ପାଲଟିଛି ମଇଁଷି ‘ଅନମୋଲ’, ଜାଣନ୍ତୁ ଦାମ କେତେ?

Published By : Prameya-News7 Bureau | November 19, 2023 IST

ପୁଷ୍କର ୧୯।୧୧:  ଆପଣ କେବେ ମଇଁଷିର ଦାମ ୧୧ କୋଟି ଟଙ୍କା ବିଶ୍ୱାସ କରିବେ କି? ଯଦି ନା ତେବେ ଭେଟନ୍ତୁ ‘ଅନମୋଲ’କୁ । ପୁଷ୍କର ମେଳାକୁ ଆସିଥିବା ଅଣ୍ଡିରା ମଇଁଷି ଅନମୋଲର ମୂଲ୍ୟ ୧୧ କୋଟି ଧାର୍ଯ୍ୟ କରିଛନ୍ତି ଏହାର ମାଲିକ। ରାଜସ୍ଥାନର ଆଜମେର ଜିଲ୍ଲା ପୁଷ୍କରରେ ଚାଲିଥିବା ଅନ୍ତର୍ଜାତୀୟ ପୁଷ୍କର ମେଳାରେ ଏବେ ଅନମୋଲ ଆକର୍ଷଣର କେନ୍ଦ୍ର ପାଲଟିଛି। ହରିୟାଣାର ସିରସାରୁ ଆସିଥିବା ଏହି ମଇଁଷିର ମାଲିକ ହରବିନ୍ଦର ସିଂହ ତାଙ୍କ ମଇଁଷିର ମୂଲ୍ୟ ୧୧ କୋଟି ଟଙ୍କା ରଖିଛନ୍ତି।

ହରବିନ୍ଦରଙ୍କ ଅନୁସାରେ ୮ ବର୍ଷର ଅନମୋଲ ଦ୍ୱାରା ଏ ପର୍ଯ୍ୟନ୍ତ ୧୫୦ଟି ପିଲା ହୋଇସାରିଲେଣି। ୫.୮ ଫୁଟ ଉଚ୍ଚା ମୂରା ପ୍ରଜାତିର ଏହି ମଇଁଷିର ଓଜନ ପାଖାପାଖି ୧୫୭୦ କେଜି। ଗତବର୍ଷ ଏହାର ଓଜନ ଥିଲା ୧,୪୦୦ କେଜି। ମଇଁଷିର ମାଲିକ ମାସକରେ ଏହାଠାରୁ ୮ ଲକ୍ଷ ଟଙ୍କା ଆୟ କରନ୍ତି। ଏହାଠାରୁ ସୃଷ୍ଟି ହେଉଥିବା ବାଛୁରୀଙ୍କ ଜନ୍ମ ବେଳେ ଓଜନ ୪୦ରୁ ୫୦ କେଜି ମଧ୍ୟରେ ରହୁଛି। ଏହି ମଇଁଷି ନିମନ୍ତେ ଖାଇବା ପିଇବା ଓ ଅନ୍ୟ ବାବଦେ ମାସିକ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ବୋଲି ମାଲିକ ହରବିନ୍ଦର କହିଛନ୍ତି।

{"id":871797,"width":840,"height":630,"sizeSlug":"full","linkDestination":"none"}

ମଇଁଷିକୁ ଦୈନିକ ୧ କେଜି ଦେଶୀ ଘିଅ, ୫ ଲିଟର ଦେଶୀ ଗାଈ କ୍ଷୀର, ୧ କେଜି କାଜୁ ବାଦାମ, ଛୋଲା ଓ ସୋୟାବିନ୍‌ ଖାଇବାକୁ ଦିଆଯାଉଛି। ଅନମୋଲ ସହିତ ସବୁ ବେଳେ ଦୁଇ ଜଣ ଲୋକ ରହୁଛନ୍ତି, ଯେଉଁମାନଙ୍କୁ ଅଲଗା ଦରମା ଦିଆଯାଉଛି। ମଇଁଷିର ମାଲିକ କୁହନ୍ତି ଅନମୋଲ ମେଳାକୁ ୨୦୨୨ରେ ମଧ୍ୟ ଆସିଥିଲା। ସେତେବେଳେ ଏହାର ଦର ୨.୩୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା। ତେବେ ଏଥର ଦର ୧୧ କୋଟିକୁ ପହଞ୍ଚିଛି।

ମାନ୍ୟତା ରହିଛି କାର୍ତ୍ତିକ ମାସର ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଧରି ସୃଷ୍ଟି କର୍ତ୍ତା ବ୍ରହ୍ମା ପୁଷ୍କରରେ ଯଜ୍ଞ କରିଥିଲେ।  ବ୍ରହ୍ମାଙ୍କ ଏହି  ଯଜ୍ଞରେ ୩୩ କୋଟି ଦେବୀ ଦେବତା ଯୋଗ ଦେଇଥିଲେ। ଏହିକାରଣରୁ ପୁଷ୍କରରେ କାର୍ତ୍ତିକ ମାସ ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ  ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ ବୋଲି ଲୋକ ମାନ୍ୟତା ରହିଛି, ଏଣୁ ଏହି ଉପଲକ୍ଷେ ମେଳା ଅନୁଷ୍ଠିତ ହୋଇ ଆସୁଛି। ପ୍ରାଚୀନ ଯୁଗରେ ଶ୍ରଦ୍ଧାଳୁ ସଂଶାଧନ ଅଭାବରୁ ସାଙ୍ଗରେ ପଶୁ ମାନଙ୍କୁ ମଧ୍ୟ ଆଣୁଥିଲେ। ଏଣୁ ଏହି ମେଳା ଧିରେ ଧିରେ ପଶୁ ମେଳାରେ ପରିଣତ ହୋଇଛି।

ଉତ୍ତର ପ୍ରଦେଶରେ ହଲାଲ ସାର୍ଟିଫିକେଟ୍ ଥିବା ଉତ୍ପାଦ ବ୍ୟାନ, ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.