Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ, ଏପ୍ରିଲ୍ ୪ରେ ବାପ ଘରକୁ ଆସିବେ ମାଆ

18/03/2023 at 8:16 AM

ବ୍ରହ୍ମପୁର ୧୮/୦୩: ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ସ୍ଥାପିତ ହେଲା ଶୁଭ ଖୁଣ୍ଟି । ଏପ୍ରିଲ ୪ ରୁ ଆରମ୍ଭ ହେବ ଯାତ୍ରା । ମେ ମାସ ୧ ତାରିଖରେ ବାପା ଘରୁ ବିଦାୟ ନେବେ ମାଆ । ହଜାର ହଜାର ଭକ୍ତଙ୍କ ଗହଣରେ ବାପା ଦେଶିବେହେରା ମାଆଙ୍କ ନିକଟରେ ପୂଜାର୍ଚନା କରି ଶୋଭାଯାତ୍ରାରେ ଆଣିଲେ ଶୁଭଖୁଣ୍ଟି । ନାଚ ବାଜା ବାଜଣାରେ ଉତ୍ସବ ମୁଖର ହେଲା ସହର ।

ଦେଶିବେହେରା ସାହିରେ ଗତକାଲି ରାତ୍ର ସମୟରେ ସର୍ବ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଯାତ୍ରା ଶୁଭ ସମୟ ନେଇ ସିଦ୍ଧାନ୍ତ ଗୁରୁ ଦିନ ଧାର୍ଯ୍ୟ ଜଣାଇଥିଲେ । ଏହାପରେ ଏକ ବିରାଟ ପାଟୁଆରରେ ଦେଶିବେହେରାଙ୍କ ଘର ଠାରୁ ମାଆ ବୁଢ଼ୀ ଠାକୁରାଣୀ ମନ୍ଦିର ଅଭିମୁଖେ ଯାତ୍ରା କାରି ସେଠାରେ ପୂଜାର୍ଚନା କରିଥିଲେ ।

ପରେ ମାଙ୍କ ଆଜ୍ଞମାଳ ପାଇବା ପରେ ମନ୍ଦିର ଠାରୁ ଦେଶିବେହେରାଙ୍କ ଘର ପର୍ଯ୍ୟନ୍ତ ଏକ ପାଟୁଆରରେ ଆସି ଶୁଭ ଖୁଣ୍ଟି ସ୍ଥାପନା କରାଯାଇଥିଲା । ଆଜି ଠାରୁ ଯାତ୍ରା ପ୍ରକ୍ରିୟା ଆରମ୍ଭ ହେଲା ବୋଲି କହିଛନ୍ତି ଯାତ୍ରା ଆୟୋଜକ ପି ଦୁର୍ଗା ପ୍ରସାଦ ଦେଶୀ ବେହେରା ।

   Related Posts