ପଶ୍ଚିମବଙ୍ଗ ୦୮/୦୮: ପରଲୋରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ୮୦ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ଟା ୨୦ ମିନିଟ୍ରେ ତାଙ୍କ ପରଲୋକ ହୋଇଛି । କୋଲକତାସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।
ନିଃଶ୍ୱାସ ପ୍ରକ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଘରେ ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଦ୍ଧଦେବଙ୍କ ପତ୍ନୀ ଓ ଏକମାତ୍ର ଝିଅ ଅଛନ୍ତି । ଅସୁସ୍ଥତା ହେତୁ ଦୀର୍ଘ ଦିନ ହେଲା ସେ ସର୍ବସାଧାରଣ ସ୍ଥାନକୁ ଯାଉ ନଥିଲେ ।
Former West Bengal CM Buddhadeb Bhattacharjee passed away at the age of 80
— ANI (@ANI) August 8, 2024
"Condolences to his family members and admirers. I pray that his soul finds eternal peace," tweeted West Bengal LoP Suvendu Adhikari pic.twitter.com/tHipQ6PWJU
୧୯୪୪ ମସିହା ମାର୍ଚ୍ଚ ମାସରେ ଉତ୍ତର କୋଲକତାରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଜନ୍ମ । କୋଲକତାର ପ୍ରତିଷ୍ଠିତ ପ୍ରେସିଡେନ୍ସି କଲେଜରୁ ବଙ୍ଗାଳି ସାହିତ୍ୟରେ ଅନର୍ସ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ସିପିଆଇ(ଏମ୍)ରେ ସାମିଲ ହୋଇଥିଲେ । ଏଥିସହ ସେ ସିପିଆଇର ଯୁବ ଶାଖା ଡେମୋକ୍ରାଟିକ୍ ୟୁଥ ଫେଡେରେସନର ରାଜ୍ୟ ସଚିବ ପଦ ସମ୍ଭାଳିଥିଲେ।
ଏହାପରେ ଡେମୋକ୍ରାଟିକ୍ ୟୁଥ ଫେଡେରେସନର ବିଲୟ ହୋଇଥିଲା । ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ମାତ୍ର ଏହାପରେ ୨୦୧୫ ମସିହାରେ ସେ ସିପିଆଇ(ଏମ୍)ର ପୋଲିତ ବ୍ୟୁରୋ ଓ କେନ୍ଦ୍ରୀୟ ସମିତିରୁ ଇସ୍ତଫା ଦେଇଥିଲେ । ଏହାପରେ ୨୦୧୮ ମସିହାରେ ସେ ରାଜ୍ୟ ସଚିବାଳୟର ସଦସ୍ୟତା ପଦ ଛାଡ଼ି ଦେଇଥିଲେ ।