୩୧ରୁ ବଜେଟ୍ ଅଧିବେଶନ, ପ୍ରସଙ୍ଗ ସହିତ ସରକାରଙ୍କ ଘେରିବାକୁ ବିରୋଧୀ ପ୍ରସ୍ତୁତ
29/01/2023 at 9:11 PM

ନୂଆଦିଲ୍ଲୀ, ୨୯/୦୧: ସଂସଦର ବଜେଟ୍ ଅଧିବେଶନ ୩୧ ଜାନୁଆରୀରୁ ଆରମ୍ଭ ହେଉଛି। ଚଳିତ ବର୍ଷର ବଜେଟ୍ ଉପରେ ସଭିଙ୍କ ନଜର ରହିଛି। ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ, ଆର୍ଥିକ ବର୍ଷ ୨୦୨୩-୨୪ ର ସାଧାରଣ ବଜେଟ୍ ଉପରେ ସୁଚାରୁ ରୂପେ ଚର୍ଚ୍ଚା, କରିବା ଉପରେ ସରକାରଙ୍କ ନଜର ରହିବ। ସେହିଭଳି ବିରୋଧୀ ସରକାରଙ୍କୁ ଦରବୃଦ୍ଧି, ରୋଜଗାର, ଚୀନ୍ ସହ ସୀମା ବିବାଦ, ଅର୍ଥବ୍ୟବସ୍ଥା, ସେନ୍ସରସିପ୍ ସହ ଅନ୍ୟ ଘଟଣାକୁ ନେଇ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏମିତିରେ ବଜଟେ୍ ଅଧିବେଶନରେ ଗୃହରେ ବିରୋଧୀଙ୍କ ହଙ୍ଗାମା ସମ୍ଭାବନା ରହିଛି।
ବଜେଟ୍ ଅଧିବେଶନ ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ଉପରେ ସାଧାରଣ ରାୟ ନେବା ପାଇଁ ୩୦ ଜାନୁଆରୀରେ ରାଜନୀତିକ ଦଳର ନେତାଙ୍କ ସର୍ବଦଳୀୟ ବୈଠକ ଡକାଇଛନ୍ତି ସରକାର। ବଜେଟ୍ର ପ୍ରଥମ ପର୍ଯ୍ୟାୟ ୧୩ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ବିତୀୟ ପର୍ଯ୍ୟାୟ ୧୩ ମାର୍ଚ୍ଚରୁ ଆରମ୍ଭ ହୋଇ ୬ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନ ସମୟରେ ୨୭ ବୈଠକ ହେବ।
କଂଗ୍ରେସ ନେତା ଚୀନ୍ ଉପରେ ଚର୍ଚ୍ଚା କରିବାକୁ ଚାହୁଥିବାବେଳେ, ତୁଣମୂଳ କଂଗ୍ରେସ, ବାମଦଳ, ଆରଏସପି ସହ ଅନ୍ୟ ବିରୋଧୀ ଦଳ ମହଙ୍ଗା ବୃଦ୍ଧି, ବେକାରୀ, ଅର୍ଥବ୍ୟବସ୍ଥା ସହ ଜଡ଼ିତ ପ୍ରସଙ୍ଗ, କେନ୍ଦ୍ର-ରାଜ୍ୟ ସଂପର୍କ ଆଦି ଉପରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ତୁଣମୂଳ କଂଗ୍ରେସ ଅଧିବେଶନ ସମୟରେ କେନ୍ଦ୍ର ରାଜ୍ୟ ସମ୍ବନ୍ଧ, ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରିର ପୃଷ୍ଠଭୂମିରେ ସେନ୍ସରସିପ୍ର ପ୍ରସଙ୍ଗ ଉଠାଇବା ଉପରେ ଜୋର୍ ଦେଇଛି।
ସଂସଦୀୟ ରାଜ୍ୟ ମନ୍ତ୍ରୀ ଅର୍ଜୁନ୍ ରାମ ମେଘଓ୍ବାଲ କହିଛନ୍ତି ବଜେଟ୍ ଅଧିବେଶନରେ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ ତାଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ। ଏହାପରେ ସାଧାରଣ ବଜେଟ୍ ପ୍ରସ୍ତୁତ କରାଯିବ। ଏହା ବେଶ୍ ଗୁରୁତ୍ବପୂର୍ଣ୍ଣ ବଜେଟ୍ ବିରୋଧୀଙ୍କୁ ସହଯୋଗ କରିବା ଦରକାର।
ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୩ ରେ ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ।