Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ମଙ୍ଗଳବାରଠୁ ସଂସଦର ବଜେଟ୍‌ ଅଧିବେଶନ; ଏସବୁ ପ୍ରସଙ୍ଗରେ ଦାବି ଉପସ୍ଥାପନ କରିବ ବିଜେଡି-ସସ୍ମିତ

30/01/2023 at 4:33 PM

ନୂଆଦିଲ୍ଲୀ ୩୦/୦୧: ଆସନ୍ତାକାଲି ବା ମଙ୍ଗଳବାର ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନକୁ ସୁରୁଖୁରୁରେ କରିବାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୋମବାର ସର୍ବଦଳୀୟ ବୈଠକ କରିଛନ୍ତି। ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏହି ବୈଠକରେ ଯୋଗ ଦେଇଥିଲେ।

ହେବାକୁ ଥିବା ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ଆଗତ କରିବା ପାଇଁ ଦଳ ଏଥର ପୁଣି ଦାବି କରିବା ସହିତ, କେନ୍ଦୁ ପତ୍ରରୁ ଜିଏସଟି ହଟାଇବା, ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରାଧାନ୍ୟ ରାଜ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳିବା ହେଉ କି ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପୁଣି ଆରମ୍ଭ କରିବା, ହୋ ଭୂମିଜ୍ ଭଳି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଭଳି ପାଖାପାଖି ୧୦ଟି ଦାବିରେ ସରକାରଙ୍କ ପାଖରେ ଦଳ ପୁଣି ଦାବି ଉଠାଇବ ବୋଲି ସସ୍ମିତ କହିଛନ୍ତି।

   Related Posts