ବିଧାନସଭାର ବଜେଟ୍ ଅଧିବେଶନ ; ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ
17/02/2020 at 9:09 AM

ଭୁବନେଶ୍ବର ୧୭।୦୨: ବିଧାନସଭାର ବଜେଟ ବିଧାନସଭା । ଚାଷୀଙ୍କ ସମସ୍ୟା ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ । ରାଜ୍ୟର ବିଭିନ୍ନ ମଣ୍ଡିରେ ଧାନ ପଡି ରହିଛି । ଟୋକନ ମିଳିବା ଏବଂ ଅନ୍ୟାନ୍ୟ କାରଣରୁ ଧାନ ବିକ୍ରି ହୋଇ ପାରୁନି । ଯାହାକୁ ନେଇ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି ।
ବିଭିନ୍ନ ସ୍ଥାନରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରୁଛନ୍ତି ଚାଷୀ । ଏହି ପ୍ରସଙ୍ଗ ଆଜି ଗୃହରେ ଉଠାଇ ପାରନ୍ତି ବିରୋଧୀ ।ଏହାସହ ସୋମବାର ପ୍ରଶ୍ନକାଳରେ ଗୃହ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପୂର୍ତ୍ତ, ଅବକାରୀ, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ଅଭିଯୋଗ ଶୁଣାଣି ଆଦି ବିଭାଗ ସଂପର୍କିତ ପ୍ରଶ୍ନ ଉପରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023