ସରକାରୀ ଓ ଘରୋଇ ସହଭାଗିତାରେ ମେଟ୍ରୋ ରେଳ ପ୍ରକଳ୍ପଗୁଡିକୁ କରାଯିବ ତ୍ବରାନ୍ବିତ

Published By : Prameya-News7 Bureau | July 05, 2019 IST

ନୂଆଦିଲ୍ଲୀ ୫|୭: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୧୯-୨୦ ବଜେଟ ଉପସ୍ଥାପନ କରି ସରକାରୀ ଓ ଘରୋଇ ଭାଗୀଦାରୀତାରେ ରେଳପଥଗୁଡିକର ଉନ୍ନତି, ସମ୍ପୂର୍ଣ୍ଣ ରୋଲିଂ ଷ୍ଟକ ନିର୍ମାଣ ଓ ଯାତ୍ରୀ ପରିବହନ ସେବା ପାଇଁ କେନ୍ଦ୍ର ବଜେଟରେ ପ୍ରସ୍ତାବ ରଖିଥିବା ପ୍ରକାଶ କରିଛନ୍ତି । 

ଅର୍ଥ ମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ୨୦୧୮-୨୦୩୦ ମଧ୍ୟରେ ରେଳବାଇର ଭିତିଭୂମି ବକିାଶ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ହେବ । ଏହି ବ୍ୟୟ ଅଟକଳକୁ ହିସାବକୁ ନେଲେ ବର୍ଷକୁ ୧.୫୦ ଲକ୍ଷ କୋଟିରୁ ଉଦ୍ଧ୍ୱର୍ ଅର୍ଥ ଖର୍ଚ୍ଚ ହେବ ଓ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ବହୁ ବର୍ଷ ଲାଗିଯିବ । ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁମ୍ବାଇ ଓ ଅନ୍ୟାନ୍ୟ ସହରରେ ରେଳବାଇ ଜନସାଧାରଣଙ୍କୁ ଯଥେଷ୍ଟ ସେବା ଯୋଗାଇ ଆସୁଛି । ସହରତଳି ରେଳପଥର ବିକାଶ ପାଇଁ ସ୍ୱତନ୍ତ୍ର ଉଦ୍ଦେଶ୍ୟଯୁକ୍ତ ଯାନ (ଏସପିଭି)ର ଉପଯୋଗ ପାଇଁ ରେଳବାଇକୁ ପ୍ରୋତ୍ସାହିତ କରାଯିବ । ଏଗୁଡିକ ମଧ୍ୟରୁ ଦିଲ୍ଲୀ-ମିରଟ ରାସ୍ତାରେ ଦ୍ରୁତ ଆଂଚଳିକ ପରିବହନ ପଦ୍ଧତି (ଆରଆରଟିଏସ)ର ଉପଯୋଗ ପାଇଁ ପ୍ରସ୍ତାବ ରଖାଯାଇଛି । ସରକାରୀ ଓ ଘରୋଇ ଭାଗୀଦାରୀତାରେ ଅସମ୍ପୂର୍ଣ୍ଣ ପକ୍ରଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରେଳବାଇର ମାଲ ପରିବହନ ପ୍ରକଳ୍ପଗୁଡିକୁ ୨୦୨୨ ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ । ସାଧାରଣ ନାଗରିକମାନଙ୍କ ସୁଖପ୍ରଦ ରେଳଯାତ୍ରା ପାଇଁ ଚଳିତ ବର୍ଷ ରେଳ ଷ୍ଟେସନଗୁଡିକର ଆଧୁନିକୀକରଣ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.