ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

Budget 2023: ମୋଦୀ ସରକାରଙ୍କ ବଜେଟ୍‌ରୁ ସାଧାରଣ ଜନତାଙ୍କୁ କ’ଣ ମିଳିଲା ? ଦେଖନ୍ତୁ ପୂରା ତାଲିକା

1/02/2023 at 5:44 PM

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ନିଜର ଦ୍ଵିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ଚାକିରିଆଙ୍କଠୁ ନେଇ ଗରିବ, କୃଷକ ଏବଂ ମହିଳା ତଥା ସମସ୍ତ ବର୍ଗ ପାଇଁ ଅନେକ ବଡ ବଡ ଘୋଷଣା କରିଛନ୍ତି। ଗୋଟିଏ ପଟେ ପିଏମ ଆବାସ ଯୋଜନାର ବଜେଟ୍ ବୃଦ୍ଧି କରାଯାଇ ଥିବା ବେଳେ ଅନ୍ୟପଟେ ଅନ୍ତୋଦୟ ଯୋଜନାର ଅବଧିକୁ ଆଉ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ ଇନକମ ଟ୍ୟାକ୍ସ ସ୍ଲାବ୍‌ରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏଥର ବଜେଟ୍‌ରେ ସାଧାରଣ ଜନତାଙ୍କୁ କଣ ମିଳିଛି, ସେମାନଙ୍କ ପାଇଁ କଣ ଘୋଷଣା କରାଯାଇଛି ଏବଂ ଗରିବ-କୃଷକଙ୍କୁ କଣ କଣ ଫାଇଦା ମିଳିବ, ଚାଲନ୍ତୁ ଜାଣିବା ବିସ୍ତୃତରେ।

ଆଉ ଗୋଟିଏ ବର୍ଷ ବଢିଲା ମାଗଣା ଖାଦ୍ୟ ଯୋଜନା

ଗରିବଙ୍କ ପାଇଁ ମୋଦୀ ସରକାର ଅନ୍ତୋଦୟ ଯୋଜନାରେ ବଡ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଧାରରେ ୨ ଲକ୍ଷ କୋଟି ଟଙ୍କା କେନ୍ଦ୍ର ସରକାର ଦ୍ଵାରା ବହନ କରାଯାଉଛି। ଏଥିରେ ଗରିବଙ୍କ ପାଇଁ ମାଗଣା ଖାଦ୍ୟ ଯୋଗାଣ ଅବଧିକୁ ଆହୁରି ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି। ସେ କହିଛନ୍ତି, ଆମର ଆର୍ଥିକ ଏଜେଣ୍ଡା ନାଗରିକଙ୍କ ପାଇଁ ଅବସର ପ୍ରଦାନ କରିବା, ବିକାଶ ଏବଂ ନିଯୁକ୍ତି ସୃଷ୍ଟି କରିବା ଏବଂ ବ୍ୟାପକ ଆର୍ଥିକ ସ୍ଥିରତାକୁ ମଜବୁତ କରିବା ଉପରେ ରହିଛି।

୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକରରେ ଲାଗିବ ନାହିଁ ଟ୍ୟାକ୍ସ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ମଧ୍ୟମ ବର୍ଗ ଏବଂ ଚାକିରିଆଙ୍କୁ ବଡ ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଏହାରି ଆଧାରରେ ସାତ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ। ବୁଧବାର ସଂସଦରେ ସରକାର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରି ନିର୍ମଳା ଏହାର ଘୋଷଣା କରିଛନ୍ତି। ଏହା ବ୍ୟତୀତ ପ୍ରଥମ ଥର ନୂତନ ଟିକସ ବ୍ୟବସ୍ଥାରେ ସରଳୀକରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ପିଏମ ଆବାସ ଯୋଜନାରୁ ଗରିବଙ୍କୁ ଲାଭ

ଗରିବଙ୍କ ପାଇଁ ଏବେ ନିଜ ଘର ନିର୍ମାଣ ସ୍ଵପ୍ନ ହୋଇ ରହିବ ନାହିଁ। ମୋଦୀ ସରକାର ଗରିବଙ୍କ ମୁଣ୍ଡରେ ଛାତ ଦେବା ପାଇଁ ପିଏମ ଆବାସ ଯୋଜନାର ବଜେଟ୍‌ରେ ବଡ ବୃଦ୍ଧି କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ବଜେଟ୍ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବଣ୍ଟନ ରାଶି ୬୬ ପ୍ରତିଶତ ବୃଦ୍ଧି କରି ୭୯ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ରାଜ୍ୟ ଏବଂ ସହରାଞ୍ଚଳ ପାଇଁ ଏଥିରେ ପ୍ରୋତ୍ସାହନ ଦିଆଯିବ ବୋଲି ନିର୍ମଳା କହିଛନ୍ତି।

ରେଲଓ୍ଵେ ଯାତ୍ରା ହେବ ଆହୁରି ସୁଗମ

କେନ୍ଦ୍ର ସରକାର ରେଲଓ୍ଵେ ପାଇଁ ବଡ ବଜେଟ୍ ଆବଣ୍ଟନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର କହିଛନ୍ତି ୨୦୨୩-୨୪ ସାଧାରଣ ବଜେଟ୍‌ରେ ରେଲଓ୍ଵେ ପାଇଁ ପୁଞ୍ଜିଗତ ବ୍ୟୟକୁ ବଢାଯାଇ ୨.୪୦ ଲକ୍ଷ କୋଟି ଟଙ୍କା କରାଯାଇଛି। ୨୦୧୪  ଆବଣ୍ଟିତ ରାଶି ତୁଳନାରେ ଏହା ୯ ଗୁଣ ଅଧିକ। ଅର୍ଥମନ୍ତ୍ରୀ କହିଛନ୍ତି, ରେଳଯାତ୍ରୀଙ୍କ ବଢୁଥିବା ଆଶା ସହିତ ରେଲଓ୍ଵେ ରାଜଧାନୀ, ଶତାବ୍ଦୀ, ହମସଫର ଏବଂ ତେଜସ ପରି ପ୍ରମୁଖ ଟ୍ରେନଗୁଡିକର ୧୦୦୦ରୁ ଅଧିକ କୋଚ୍‌ର ନବୀକରଣ ଯୋଜନା ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି, ଏହି କୋଚ୍‌ଗୁଡିକର ଭିତର ପାର୍ଶ୍ଵକୁ ଅତ୍ୟାଧୁନିକ କରାଯିବ ଏବଂ ଯାତ୍ରୀଙ୍କ ଆରାମଦାୟକ ହିସାବରେ ଏଥିରେ ସୁଧାର କରାଯିବ।

ଆଦିବାସୀଙ୍କୁ କଣ ମିଳିଲା

ଏଥର ବଜେଟ୍‌ରେ ଆଦିବାସୀ ସଂପ୍ରଦାୟ ପାଇଁ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ୧୫ ହଜାର କୋଟି ଟଙ୍କାର ବଜେଟ୍‌ରେ ଆଦିବାସୀ ସମୁଦାୟ ପାଇଁ ନୂତନ ଯୋଜନା ଆରମ୍ଭ ହେବ। ବିଶେଷ କରି ଦୁର୍ବଳ ଆଦିବାସୀ ବର୍ଗଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ପାଇଁ ପିଏମ-ପିଭିଟିଜି ବିକାଶ ମିଶନ ଆରମ୍ଭ କରାଯାଉଛି। ଏହି ଯୋଜନା ଆଧାରରେ ପିଭିଟିଜି ପରିବାର ଏବଂ ବସ୍ତିଙ୍କୁ ସ୍ଥାୟୀ ଜୀବିକା, ସୁରକ୍ଷିତ ଆବାସ, ସ୍ଵଚ୍ଛ ପାନୀୟ ଜଳ ଏବଂ ସ୍ଵଚ୍ଛତା, ସ୍ଵାସ୍ଥ୍ୟ, ଶିକ୍ଷା, ପୋଷଣ, ସଡକ ଏବଂ ଦୂରସଞ୍ଚାର ସଂପର୍କ ପରି ଆନୁସଙ୍ଗିକ ଭିତ୍ତିଭୂମି ଉପଲବ୍ଧ କରାଯିବ।

କୃଷି କ୍ଷେତ୍ର ଏବଂ  କୃଷକଙ୍କୁ କଣ ମିଳିଲା

ବଜେଟ୍ ଭାଷଣ ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପଶୁପାଳନ, ଡାଏରୀ ଏବଂ ମତ୍ସ୍ୟ ଚାଷକୁ ଦୃଷ୍ଟିରେ ରଖି କୃଷି ଋଣ ଲକ୍ଷ୍ୟକୁ ବଢାଯାଇ ୨୦ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ଅର୍ଥ ମନ୍ତ୍ରୀ କହିଛନ୍ତି କୃଷି ପାଇଁ ଡିଜିଟାଲ୍ ସାର୍ବଜନୀନ ସରଞ୍ଚନାକୁ ମାଗଣା କରାଯିବା ଉପରେ ଗୃରୁତ୍ଵ ଦିଆଯିବ। କେବଳ ଏତିକି ନୁହେଁ ସରକାର ଏଥର ମୋଟା ଶସ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଭିନ୍ନ ଯୋଜନା ଆରମ୍ଭ କରିବେ। ଏହାକୁ ଶ୍ରୀ ଅନ୍ନ ଯୋଜନା ନାମ କରଣ କରାଯାଇଛି। ଏହା ଜରିଆରେ ସମଗ୍ର ଦେଶରେ ମୋଟା ଶସ୍ୟ ଉତ୍ପାଦନ ଏବଂ ଏହାର ବିକ୍ରି ଉପରେ ଗୁରୁତ୍ଵ ଦିଆଯିବ।

ମହିଳାଙ୍କ ପାଇଁ କଣ ହେଲା ଘୋଷଣା

ମୋଦୀ ସରକାର ବଜେଟ୍‌ରେ ମହିଳାଙ୍କ ପାଇଁ ଏକ ସ୍ଵତନ୍ତ୍ର ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାର ନାମ ‘ମହିଳା ସମ୍ମାନ ସଞ୍ଚୟ ଯୋଜନା’। ଯୋଜନା ଅଧିନରେ ମହିଳା କିମ୍ବା ବାଳିକାଙ୍କ ନାମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରାଯାଇ ପାରିବ। ଏହା ଉପରେ ୭.୫ ପ୍ରତିଶତର ସୁଧ ମିଳିବ। ମହିଳା ସମ୍ମାନ ଯୋଜନା ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ।

   Related Posts