ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

Budget  2023: ଏଥର ବଜେଟ୍‌ରେ କରଦାତାଙ୍କୁ ମିଳିବ ଆଶ୍ଵସ୍ତି ! ଟ୍ୟାକ୍ସ ସ୍ଲାବ୍‌ରେ ହୋଇପାରେ ପରିବର୍ତ୍ତନ

31/01/2023 at 7:19 PM

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ୍। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। କୃଷକଙ୍କଠୁ ନେଇ ଉଦ୍ୟୋଗପତିଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଏହି ବଜେଟ୍‌ରୁ ବହୁତ କିଛି ଆଶା କରିଛନ୍ତି। ଏହି ବଜେଟ୍ ଏମିତି ସମୟରେ ଉପସ୍ଥାପିତ ହେବ ଯେଉଁ ସମୟରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧ କାରଣରୁ ଅନେକ ଦେଶର ଆର୍ଥିକ ସ୍ଥିତି ଦୟନୀୟ  ରହିଛି। ୟୁକେ ସହିତ ଅନେକ ୟୁରୋପୀୟ ଦେଶର ଦରବୃଦ୍ଧି ଲୋକଙ୍କ ଅଣ୍ଟା ଭାଙ୍ଗି ସାରିଲାଣି। ଜିରୋ କୋଭିଡ୍  ନୀତି ଯୋଗୁଁ ଚୀନର ମ୍ୟାନୁଫେକଚର ସେକ୍ଟର ଉପରେ ବ୍ୟାପକ ପ୍ରଭାବ ପଡିଛି। ଏହି ସମସ୍ତ ପରିସ୍ଥିତି ମଧ୍ୟରେ ଦୁନିଆ ଭାରତକୁ ସମ୍ଭାବନା ଦୃଷ୍ଟିରେ ଦେଖୁଛି।

ଯେବେ ବି ଦେଶରେ ବଜେଟ୍ ଉପସ୍ଥାପନ ହୁଏ, ସବୁ ବର୍ଗର ନଜର ଏହା ଉପରେ ରହିଥାଏ ଯେ ସରକାର ଟ୍ୟାକ୍ସ ସ୍ଲାବରେ କିଛି ପରିବର୍ତ୍ତନ କଲେ କି ନାହିଁ। କୋଭିଡ୍ କାରଣରୁ ସମସ୍ତ କ୍ଷେତ୍ର ଏବଂ ସବୁ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏମିତିରେ ଦେଶର ମଧ୍ୟମ ଶ୍ରେଣୀର ଲୋକେ ଟ୍ୟାକ୍ସରେ ରିହାତି ଆଶା ରଖିଛନ୍ତି। ଚାକିରିଆ ବ୍ୟକ୍ତି ଟ୍ୟାକ୍ସ ସୀମା ବୃଦ୍ଧି ଘଟିପାରେ ବୋଲି ଆଶା ରଖିଛି। ଏମିତିର ସରକାର ମଧ୍ୟବିତ୍ତ ବର୍ଗକୁ ନେଇ କିଛି ବଡ ଘୋଷଣା କରିପାରନ୍ତି।

ଏକ ରିପୋର୍ଟ ଅନୁଯାୟୀ, ସରକାର ଚଳିତ ୨୦୨୩-୨୪ ସାଧାରଣ ବଜେଟ୍‌ରେ ଇନକମ୍‌ ଟ୍ୟାକ୍ସ ସ୍ଲାବ୍‌ରେ ପରିବର୍ତ୍ତନ କରିପାରନ୍ତି। ଅବଶ୍ୟ ଅର୍ଥ ମନ୍ତ୍ରାଳୟ ତରଫରୁ ଏନେଇ କିଛି କୁହାଯାଇନାହିଁ। ରିପୋର୍ଟରେ କୁହାଯାଇଛି ଚଳିତ ଥର ଆୟକର ଛାଡ଼ ସୀମା ୨.୫ ଲକ୍ଷରୁ ବଢ଼ି ୫ ଲକ୍ଷ କରାଯାଇପାରେ।

ଯଦି ଆୟକର ସ୍ଲାବ୍‌ରେ ପରିବର୍ତ୍ତନ କରାଯାଉଛି ତେବେ ଏହାର ସବୁଠୁ ଅଧିକ ଲାଭ ଚାକିରିଆ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ହେବ। ବର୍ତ୍ତମାନ ୨.୫ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। ୬୦-୮୦ ବର୍ଷର ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟ୍ୟାକ୍ସ ଛାଡ଼ ରହିଛି।

ମିଡିଆ ରିପୋର୍ଟ ଅନୁଯାୟୀ ଏଥର ୨.୫ ଲକ୍ଷ ସୀମାକୁ ୫ ଲକ୍ଷ କରାଯାଇପାରେ। ଏପରି ହେଲେ ବାର୍ଷିକ ଆୟ ୫ ଲକ୍ଷ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ସୂଚନାଥାଉ, ଗତ ୯ ବର୍ଷରେ ଆୟକର ସ୍ଲାବ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଶେଷ ଥର ୨୦୧୪ ରେ ସରକାର ଆୟକର ଛାଡ଼ ସୀମା ବଢ଼ାଇଥିଲେ।

   Related Posts