ଷ୍ଟାର୍ଟଅପ କମ୍ପାନିକୁ ମିଳିପାରେ ବୁଷ୍ଟ, ବଜେଟରେ ସରକାର କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଘୋଷଣା
26/01/2023 at 8:50 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ବଜେଟରେ ଦେଶରେ ଷ୍ଟାର୍ଟଅପ ଏଥିପାଇଁ ମଜଭୁତ ପରିବେଶ ସୃଷ୍ଟି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ସୂତ୍ର ଅନୁସାରେ ସରକାର ଘରୋଇ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ କିଛି କ୍ଷେତ୍ରରେ ଓଲଟା ଶୁଳ୍କ ଢାଞ୍ଚା ଅର୍ଥାତ ନିର୍ମିତ ଉତ୍ପାଦ ମୁକାବିଲାରେ କଞ୍ଚା ମାଲ ଉପରେ ଅଧିକ ଶୁଳ୍କର ପ୍ରସଙ୍ଗର ସମାଧାନ ନେଇ ଘୋଷଣା କରିପାରନ୍ତି ।
ଫେବ୍ରୁଆରୀ ୧ରେ ଆଗତ ହେବାକୁ ଥିବା ସାଧାରଣ ବଜେଟରେ ଉତ୍ପାଦନ ସମ୍ୱନ୍ଧ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅଧିନରେ କିଛି ଅନ୍ୟ କ୍ଷେତ୍ର ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଜନା ଘୋଷଣା କରିପାରନ୍ତି । ସୂତ୍ର ଅନୁସାରେ, ସରକାର ଏହା ବ୍ୟତିତ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଅନ୍ତର୍ଗତରେ ଗଠିତ ନେଟୱାର୍କ ଯୋଜନା ଗ୍ରୁପ (ଏନପିଜି)ରୁ ସ୍ୱୀକୃତ ମୂଳ ଭିତ୍ତିଭୂମି ପରିଯୋଜନା ପାଇଁ ଅର୍ଥ ରାଶି ଆବଣ୍ଟିତ କରିବା ପାଇଁ ଯୋଜନା ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଜିଷ୍ଟିକ ଖର୍ଚ୍ଚ କମ କରିବା ଉଦ୍ଦେଶ୍ୟରେ ଗତ ବର୍ଷ ଅକ୍ଟୋବର ୧୩ରେ ଗତି ଶକ୍ତି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନ ଆରମ୍ଭ କରିଥିଲେ ।
ଦେଶରେ ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ଅନେକ ପଦକ୍ଷେପ ନେଇ ସାରିଛନ୍ତି । ଷ୍ଟାର୍ଟଅପ ଇଣ୍ଡିଆ ଅଧିନରେ ଷ୍ଟାର୍ଟଅପ କରୁଥିବା ଉଦ୍ୟୋଗୀଙ୍କୁ ବିଭିନ୍ନ ସ୍ତରରେ ପୁଞ୍ଜି ଉପଲବ୍ଧ କରାଇବା ପାଇଁ ଫଣ୍ଡ ଅଫ୍ ଫଣ୍ଡସ ଫର ଷ୍ଟାର୍ଟଅପ (ଏଫଏଫଏସ), ଷ୍ଟାର୍ଟଅପ ଇଣ୍ଡିଆ ସିଡ୍ ଫଣ୍ଡ ସ୍କିମ୍(ଏସଆଇଏସଏଫଏସ) ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ ଅଫ୍ ଷ୍ଟାର୍ଟଅପ(ସିଜିଏସଏସ)କୁ ଲାଗୁ କରାଯାଇଥିଲା ।