କୃଷକଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ୭ ବଡ଼ ଘୋଷଣା, ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ
1/02/2023 at 4:15 PM

ନୂଆଦିଲ୍ଲୀ: ଆର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ଚଳିତ ମୋଦୀ ସରକାରର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିଜ ଭାଷଣରେ କୃଷି କ୍ଷେତ୍ର ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, କୃଷକଙ୍କୁ ଋଣରେ ରହାତି ଜାରି ରହିବ । ଦେଶର କୃଷି ଋଣ ଲକ୍ଷ୍ୟକୁ ୨୦ ଲକ୍ଷ କୋଟି ଟଙ୍କା କରାଯାଇଛି । ଭାରତକୁ ଶ୍ରୀ ଅନ୍ନ ମାମଲାରେ ଗ୍ଲୋବାଲ ହବ୍ କରିବାର ଲକ୍ଷ୍ୟ ରହିଛି । ଏଥିପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଶ୍ରୀ ଅନ୍ନ ହାଇଦ୍ରାବାଦରେ ପ୍ରତିଷ୍ଠା କରାଯିବ । ଏହାକୁ ସେଣ୍ଟର ଅଫ ଏକ୍ସିଲେନ୍ସ ରୂପେ ବିକଶିତ କରାଯିବ । ଏଠାରେ ଗବେଷଣା କରାଯିବ ।
କୃଷି ପାଇଁ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର
ଅର୍ଥମନ୍ତ୍ରୀ କହିଛନ୍ତି ଯେ କୃଷି ପାଇଁ ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର ନିର୍ମାଣ କରାଯିବ । ଏହାଦ୍ୱାରା ଫସଲ ଯୋଜନା ଏବଂ ସ୍ୱାସ୍ଥ୍ୟ ପାଇଁ ସୂଚନା ସେବା, ଫାର୍ମ ଇନପୁଟ୍ ପାଇଁ ସହାୟତା, ଲୋନ ଏବଂ ବୀମା, ମାର୍କେଟ ଇଣ୍ଟେଲିଜେନ୍ସି ଏବଂ ଏଗ୍ରୀ-ଟେକ୍ ତଥା ଷ୍ଟାର୍ଟଅପର ବିକାଶରେ ସହାୟତା ମିଳିବ ।
ଏଗ୍ରୀକଲ୍ଚର ଏକ୍ସିଲରେଟର ଫଣ୍ଡ
ଯୁଦ ଉଦ୍ୟୋଗୀ ଗ୍ରାମାଞ୍ଚଳରେ ଏଗ୍ରୀ-ଷ୍ଟାର୍ଟଅପ ଖୋଳିପାରିବ, ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ଏଗ୍ରୀକଲ୍ଚର ଏକ୍ସିଲରେଟର ଫଣ୍ଡ ନିର୍ମାଣ କରାଯିବ । କୃଷକଙ୍କ ସାମନାରେ ଥିବା ଆହ୍ୱାନ ଏବଂ ଅସୁବିଧାର ସମାଧାନ ଉପଲବ୍ଧ କରାଇବା ପାଇଁ ଏହି ପାଣ୍ଠିର ବିନିଯୋଗ କରାଯିବ । ଏହା କୃଷି ପଦ୍ଧତିରେ ପରିବର୍ତ୍ତନ, ଉତ୍ପାଦନ ଏବଂ ଲାଭକୁ ବଢାଇବା ପାଇଁ ଆଧୁନିକ ପ୍ରଯୁକ୍ତି ବିକଶିତ କରିବ ।
କଟନ ଫସଲର ଉତ୍ପାଦନ ବୃଦ୍ଧି କରାଯିବ
କଟନ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ଜରିଆରେ କ୍ଲଷ୍ଟର ଆଧାରିତ ଭେଲ୍ୟୁ ଚେନ୍ ସୃଷ୍ଟି କରାଯିବ । କୃଷକ, ରାଜ୍ୟ ଏବଂ ଉଦ୍ୟୋଗର ସହଯୋଗରେ ଇନପୁଟ ସପ୍ଲାଇ ଏକ୍ସଟେସନ ସର୍ଭିସେଜ ଏବଂ ମାର୍କେଟ୍ ଲିଙ୍କ ବ୍ୟବସ୍ଥା ଲାଗୁ କରାଯିବ ।
ଆତ୍ମନିର୍ଭର ଉଦ୍ୟାନ ସ୍ୱଚ୍ଛ ବୃକ୍ଷ କାର୍ଯ୍ୟକ୍ରମ
ଅର୍ଥମନ୍ତ୍ରୀ କହିଛନ୍ତି, ଆମେ ୨,୨୦୦ କୋଟି ଟଙ୍କାର ଖର୍ଚ୍ଚରେ ହାଇ ଭେଲ୍ୟୁ ଉଦ୍ୟାନ ଫସଲ ପାଇଁ ରୋଗ ମୁକ୍ତ, ଗୁଣବତ୍ତା ଥିବା ବୃକ୍ଷ ସାମଗ୍ରୀର ଉପଲବ୍ଧତା ବଢାଇବା ପାଇଁ ଆତ୍ମନିର୍ଭର ସ୍ୱଚ୍ଛ ବୃକ୍ଷ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।
ଏଗ୍ରୀ ଲୋନ
ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, କୃଷକଙ୍କ ପାଇଁ ଋଷ ଜାରି ରହିବ । କୃଷି ଋଣ ଲକ୍ଷ୍ୟକୁ ପଶୁପାଳନ, ଡାଏରୀ, ମତ୍ସ୍ୟ ପାଳନ ଉପରେ ଫୋକସ କରି ୨୦ ଲକ୍ଷ କୋଟି ଟଙ୍କା ଯାଏଁ ବଢାଯିବ ।
ମତ୍ସ୍ୟ ପାଳନ ଉଦ୍ୟୋଗ
୬୦୦୦ କୋଟି ଟଙ୍କାର ନିବେଶ ସହ ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ନୂଆ ଉପ-ସ୍କିମ ଆରମ୍ଭ କରିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ୱାର ମତ୍ସ୍ୟଜୀବୀ, ମାଛ ବିକ୍ରେତା, ଏମଏସଏମଇ ନିଜର କାମ ଏବଂ ଅଧିକ ସକ୍ଷମ ହୋଇପାରେ, ଭେଲ୍ୟୁ ଚେନରେ ସଂସ୍କାର ଅଣାଯିବ ଏବଂ ବଜାରରେ ବିସ୍ତାର କରାଯିବ ।
ମିଲେଟ୍ ପାଇଁ ଗ୍ଲୋବାଲ ସେଣ୍ଟର ଶ୍ରୀ ଅନ୍ନ
ବିଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆମେ ଦୁନିଆରେ ଶ୍ରୀ ଅନ୍ନ (ମିଲେଟ୍)ର ସବୁଠୁ ବଡ଼ ଉତ୍ପାଦକ ଏବଂ ଦ୍ୱିତୀୟ ବଡ଼ ରପ୍ତାନୀକାରୀ । ଆମେ ଅନେକ ପ୍ରକାର ଶ୍ରୀ ଅନ୍ନ ଉତ୍ପାଦନ କରୁଛୁ । ଭାରତକୁ ଶ୍ରୀ ଅନ୍ନର ଗ୍ଲୋବାଲ ସେଣ୍ଟର କରାଇବା ପାଇଁ ଭାରତୀୟ ବାଜରା ଅନୁସନ୍ଧାନ ସଂସ୍ଥା, ହାଇଦ୍ରାବାଦକୁ ବିକଶିତ କରାଯିବ ।