Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ବିଶ୍ୱରେ ମିଲେଟ ହବ୍‌ ହେବ ଭାରତ, ମାଣ୍ଡିଆକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ସରକାର

1/02/2023 at 11:10 AM

ନୂଆଦିଲ୍ଲୀ ୦୧।୦୨ :  ସଂସଦରେ ଉପସ୍ଥାପନ ହେଲା ସାଧାରଣ ବଜେଟ । ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପିତ କରିଛନ୍ତି  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ଲାଗି ଭାଙ୍ଗି ପଡିଥିବା ଅର୍ଥବ୍ୟବସ୍ଥାକୁ କିପରି ଟ୍ରାକ୍‌କୁ ଆଣିବାକୁ ହେବ ସେଥିପାଇଁ ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର ।

ବିଶ୍ବରେ ମାନ୍ଦାବସ୍ଥା ଜାରି ରହିଛି ହେଲେ ଭାରତର ଆର୍ଥିକ ଅବସ୍ଥା ସ୍ଥିର ରହିଛି । ଜି-20 ଅଧ୍ୟକ୍ଷତା ଭାରତ ପାଇଁ ବଡ଼ ସୁଯୋଗ । ଗ୍ରୀନ ଗ୍ରୋଥ୍ ନେଇ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରି ରହିବ । ବିଶ୍ୱରେ ମିଲେଟ୍ ହବ୍‌ ହେବ ଭାରତ । ଦେଶରେ ପ୍ରସ୍ତୁତ ମାଣ୍ଡିଆ ଖାଦ୍ୟକୁ ବିଶ୍ବ ସ୍ତରେରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।  

ବଜେଟ୍ ଯୁବ ଓ ମହିଳାଙ୍କୁ ଗୁରୁତ୍ବ ଦିଆଯାଉଛି । ସମସ୍ତଙ୍କୁ ଅଭିବୃଦ୍ଧିରେ ପ୍ରାଥମିକତା ଦିଆଯିବ । ମହିଳା ସଶକ୍ତିକରଣ ଦିଗରେ ଅମୃତକାଳରେ ପ୍ରାଧାନ୍ୟ ଦିଆଯିବ  । କୃଷି କ୍ଷେତ୍ରକୁ ତ୍ବରାନ୍ବିତ କରିବାକୁ ପାଣ୍ଠି ଗଠନ କରାଯିବ । ଉତ୍ପାଦନ ଉପରେ ବିଶେଷ ଫୋକସ୍ ଦିଆଯିବ । ଆତ୍ମନିର୍ଭର କ୍ଲିନ୍ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ହେବ । ନୂଆ ପ୍ରଯୁକ୍ତି ବ୍ୟବହାର ଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି  କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭାରତରେ ମିଲେଟ୍ ହବ୍ ହେବ । ଭାରତୀୟ ମାଣ୍ଡିଆକୁ ବିଶ୍ବସ୍ତରରେ ପହଞ୍ଚାଯିବା ନେଇ ଉଦ୍ୟମ କରାଯିବ । ଭିତ୍ତିଭୂମି ଓ ନିବେଶ ଉପରେ ବିଶେଷ ପ୍ରାଥମିକତା ଦିଆଯିବ । ମହିଳା ଓ ଯୁବ ଶକ୍ତିଙ୍କୁ ଆତ୍ମନିର୍ଭର କରାଯିବ ନେଇ ଧ୍ୟାନ ଦେଉଛନ୍ତି ସରକାର ।

   Related Posts