ବଜେଟ୍ ୨୦୨୦ : ଦୁଗ୍ଧ, ମାଂସ ଏବଂ ମାଛ ଇତ୍ୟାଦି ପାଇଁ କିଷାନ ରେଳ

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଅଭିଭାଷଣ ରଖୁଛନ୍ତି । ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଅର୍ଥବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ଦର ଦାମ୍ ବୃଦ୍ଧିକୁ ରୋକାଯାଇପାରିଛି । ସେ କହିଛନ୍ତି ଯେ, ଲୋକଙ୍କ ଆୟ ବୃଦ୍ଧି କରାଇ ସେମାନଙ୍କ ଦ୍ବାରା ଅଧିକରୁ ଅଧିକ କିଣାବିକା କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହାଦ୍ବାରା ଅର୍ଥବ୍ୟବସ୍ଥା ମଜବୁତ ହେବ । ୨୦୧୪-୧୯ ମଧ୍ୟରେ ସରକାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି । ଜିଏସଟିରେ ଐତିହାସିକ ସଂରଚନାତ୍ମକସୁଧାର ଆସିଛି । ଅପ୍ରେଲ ୨୦୨୦ ପର୍ଯ୍ୟନ୍ତ ଜିଏସଟି ସହଜ ଭର୍ସନ ଆସିବ । ଜିଏସଟି ଲାଗୁ କରିବା ସରକାରଙ୍କ ଐତିହାସିକ ନିଷ୍ପତ୍ତି ।

ଅର୍ଥମନ୍ତ୍ରୀ କହିଥିଲେ ଦୁଗ୍ଧ, ମାଂସ ତଥା ମାଛ ସମେତ ନଷ୍ଟ ହେବା ଭଳି ଜନିଷ ପାଇଁ କିଷାନ ରେଳ ଚଳାଛଳ କରାଯିବ । ୨୦୨୦-୨୧ରେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣର ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ କିଷାନର ସମସ୍ତ ହିତାଧିକାରୀଙ୍କୁ କେସିସି ସ୍କିମ୍ ରେ ସାମିଲ କରାଯିବ । କୃଷି ଏବଂ କୃଷି ସମ୍ବନ୍ଧିତ କାର୍ଯ୍ୟକଳାପ ଜଳସେଚନ ଏବଂ ଗ୍ରାମୀଣ ବିକାଶ କ୍ଷେତ୍ର ପାଇଁ ୩ଲକ୍ଷ କୋଟି ଟଙ୍କା ବ୍ୟବବରାଦ କରାଯାଇଛି ।

କୃଷି ବଜାରଗୁଡିକୁ ଅଧିକ ମୁକ୍ତ କରାଯିବାର ଆବଶ୍ୟକତା ରହିଛ । ଏହା ସହିତ କୃଷି କ୍ଷେତ୍ରକୁ ଅଧିକ ପ୍ରତିଯୋଗିତାମୂଳକ କରାଯିବା, କୃଷି କ୍ଷେତ୍ରରେ ଅଧିକ ଟେକ୍ନୋଲୋଜିର ଉପଯୋଗ, ସ୍ଥାୟୀ ଓ ପରିବେଶ ଅନୁକୂଳ ଚାଷ ପଦ୍ଧତିର ଉପଯୋଗର ଆବଶ୍ୟକତା ରିହଛି । ଜଳ ଅଭାବ ଥିବା ୧୦୦ ଜିଲ୍ଲା ପାଇଁ ବ୍ୟାପକ ଉପାୟ କରାଯିବାକୁ ପ୍ରସ୍ତାବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.