ବଜେଟ୍‌ ୨୦୨୦- ମୁଖ୍ୟାଂଶ: ଭାଗ-୧

Published By : Prameya-News7 Bureau | February 01, 2020 IST

ବଜେଟ୍‌ ୨୦୨୦- ମୁଖ୍ୟାଂଶ

IPRs 2 -ଆଇପି ସୁରକ୍ଷା - ଡିଜିଟାଲ୍‌ ପ୍ଲାଟଫର୍ମର ସୁରକ୍ଷା ବଢିବ । IPRs 2 କୁ ଡିଜିଟାଲ୍‌ ପ୍ଲାଟଫର୍ମ ଅପଗ୍ରେଡ କରାଯିବ ।
ସାଇନ୍ସ ସ୍କିମ୍‌ -ଜାତୀୟ ସ୍ତରରେ ସାଇନ୍ସ ସ୍କିମ୍‌ ପ୍ରସ୍ତୁତ କରାଯିବ । ଏହା ଭାରତର ଡିଏନ୍‌ଏ ଲ୍ୟାଣ୍ଡସ୍କେପ ମାନଚିତ୍ର ପ୍ରସ୍ତୁତ କରିବ ।
ସ୍ମାର୍ଟ ମିଟର- ବିଦ୍ୟୁତ ମିଟରକୁ ସ୍ମାର୍ଟ ମିଟରରେ ଅପଗ୍ରେଡ କରାଯିବ । ଆସନ୍ତା ତିନି ବର୍ଷ ମଧ୍ୟରେ ସମସ୍ତ ବିଦ୍ୟୁତ ମିଟରକୁ ସ୍ମାର୍ଟ ମିଟର କରାଯିବ । ପ୍ରିପେଡ୍‌ ସ୍ମାର୍ଟ ମିଟର ବି ଦିଆଯିବ । ବିଦ୍ୟୁତ ଗ୍ରାହକ ବିଦ୍ୟୁତ ଯୋଗାଣକାରୀ ବା ସପ୍ଲାୟର ବି ବାଛି ପାରିବେ ।
ଅଫିସିଆଲ୍‌ ଷ୍ଟାଟିଟିକ୍ସ -ସରକାର ଅଫିସିଆଲ୍‌ ଷ୍ଟାଟିଟିକ୍ସ ପାଇଁ ଏଜ ଜାତୀୟ ନୀତି ପ୍ରଣୟନ କରିବେ
ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟଫୋନ୍‌ -୬ ଲକ୍ଷ୍ୟ ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟଫୋନ୍‌ ଦିଆଯିବ । ସେମାନେ ୧୦ କୋଟି ପରିବାରର ପୋଷଣ ତତ୍ତ୍ୱ ବିଷୟରେ ତଥ୍ୟ ଅପ୍‌ଲୋଡ କରିବେ ।

ପୃଷ୍ଟି ବା ପୋଷଣ ତତ୍ୱ ଯୋଜନା -ପୃଷ୍ଟି ବା ପୋଷଣ ତତ୍ୱ ଯୋଜନା ପାଇଁ ୩୬,୫୦୦ କୋଟି ବ୍ୟୟ ବରାଦ ।

କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ୍- କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ୍ ଏବଂ ଟେକନୋଲଜି ଜାତୀୟ ମିଶନ ପାଇଁ ୮,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଫାଷ୍ଟଟ୍ୟାଗ - ୧୨ଟ ଜାତୀୟ ରାଜପଥରୁ ମନିଟାଇଜ୍‌ ବା ମୁଦ୍ରୀକରଣ ସହ ୨୦୨୪ ସୁଦ୍ଧା ୬ହଜାର କିଲୋମିଟର ଏହି ଯୋଜନାରେ ସାମିଲ କରାଯିବ ।

{"id":218599,"width":593,"height":1581,"sizeSlug":"large"}

ସ୍ମାର୍ଟ ସିଟି - ପିପିପି ମୋଡ୍‌ରେ ଆହୁରି ୫ଟି ନୂଆ ସ୍ମାର୍ଟ ସିଟି କରାଯିବ ।

ଇ ମାର୍କେଟ ପ୍ଲେସ୍‌- ସରକାର ୩.୨୪ ଖୁଚୁରା ବ୍ୟବସାୟୀ ମାନଙ୍କ ପାଇଁ ଇ- ମାର୍କେଟ ପ୍ଲେସ ତିଆରି କରାଯିବ । ଏଥିପାଇଁ ୨୭,୩୦୦ କୋଟି ଟଙ୍କାର ବ୍ୟୟ ବରାଦ ।

ନ୍ୟାସନାଲ ଲଜିଷ୍ଟିକ୍‌ ପଲିସି - ଖୁବ ଶୀଘ୍ର ନ୍ୟାସନାଲ ଲଜିଷ୍ଟିକ୍‌ ପଲିସି ଆସିବ । ସିଙ୍ଗିଲ୍‌ ଓ୍ୱିଣ୍ଡରେ ଇ - ଲଜିଷ୍ଟିକ ଯୋଗେ ଇ-କମର୍ସକୁ ପ୍ରୋତ୍ସାହନ ଦିଆଯିବ ।

୨୦୨୦-୨୧ରେ ଉଦ୍ୟୋଗ ଓ ବାଣିଜ୍ୟ ବିକାଶ ପାଇଁ ୨୭,୩୦୦ କୋଟି ଟଙ୍କାର ବ୍ୟୟ ବରାଦ ।
ଉଦ୍ୟୋଗ ଭାରତର ଶକ୍ତି । ପୁଞ୍ଜି ନିବେଶ ବୃଦ୍ଧି ପାଇଁ ଇନଭେଷ୍ଟମେଣ୍ଟ କ୍ଲିଅରାନସ୍ ସେଲ୍‌ ପ୍ରସ୍ତୁ କରାଯିବ । ଉଦ୍ୟୋଗୀ ଓ ଉଦ୍ୟୋରପତିଙ୍କୁ ଏହା ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବ । ରାଜ୍ୟ ସ୍ତରରେ ଏହା କାମ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.