ଭାରତୀୟ ବିକାଶ ସହାୟକ ଯୋଜନା (ଆଇଡିଇଏସ)ରେ ପରିବର୍ତନ ଅଣାଯିବ

Published By : Prameya-News7 Bureau | July 05, 2019 IST

ଅର୍ଥମନ୍ତ୍ରୀ କହିଲେ ଯେ, ଏହାର ପାରମ୍ପରିକ ପ୍ରାଜ୍ଞତା ଅନୁଯାୟୀ ଭାରତ ଦ୍ୱିପାକ୍ଷିକ ଏବଂ ଆଂଚଳିକ ସହାୟତା ମାଧ୍ୟମରେ ବିଭିନ୍ନ ରାଷ୍ଟ୍ରମାନଙ୍କ ସହ ସବୁବେଳେ ଆର୍ଥିକ ସହଯୋଗ ନୀତି ଗ୍ରହଣ କରିଛି । ଷଷ୍ଠ ବୃହତମ ଅର୍ଥନୀତି ଭାବେ ଭାରତର ସ୍ଥିତିକୁ ଲକ୍ଷ୍ୟ ରଖି ଭାରତ ବିକଳ୍ପ ବିକାଶ ମଡେଲ ଗ୍ରହଣ କରିବା ପାଇଁ ଚାହିଁବ ଯେଉଁଥିରେ ଘରୋଇ କ୍ଷେତ୍ର ଇକ୍ୟୁଟି, ବିବିଧ ଆର୍ଥିକ ସହାୟତା, କର୍ପୋରେଟ ଏବଂ ପ୍ରବାସୀମାନଙ୍କ ଯୋଗଦାନ ସାମିଲ ରହିଛି । ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ, ଚଳିତ ଆର୍ଥିକ ବର୍ଷରେ ଆଇଡିଇଏଏସ ଯୋଜନାକୁ ପରିବର୍ତିତ କରାଯିବ । ଭାରତୀୟ ବିକାଶ ସହାୟକ ଯୋଜନା (ଆଇଡିଇଏଏସ) ବିଭିନ୍ନ ପ୍ରକଳ୍ପମାନଙ୍କ ପାଇଁ ରିହାତି ହାରରେ ଆର୍ଥିକ ସହାୟତା ପ୍ରଦାନ କରିଥାଏ, ଭିତିଭୂମି ବିକାଶ କ୍ଷେତ୍ରରେ ଯୋଗଦାନ କରିଥାଏ ଏବଂ ବିକଶିତ ରାଷ୍ଟ୍ରମାନଙ୍କ କ୍ଷମତା ବୃଦ୍ଧିରେ ସହାୟତା ପ୍ରଦାନ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.