ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30/01/2023 at 11:37 PM

ଭଞ୍ଜନଗର ୩୦/୦୧: ଭଞ୍ଜନଗର, ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଧୁମଧାମରେ ଆୟୋଜିତ ହୋଇଥିବା ବୃଦ୍ଧଖୋଲ ମହୋତ୍ସବର ଉଦଯାପନୀ ହୋଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ସାଇବର ଠକାମୀରେ ନପଡ଼ିବା ପାଇଁ ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଥିଲେl
ଏଥିରେ ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଇଁ ମଞ୍ଚ ଉପରେ ସମସ୍ତ ଅତିଥି ଏବଂ ଉପସ୍ଥିତ ଜନସାଧାରଣ ସ୍ୱର୍ଗତ ଏକ ମିନଟ ନିରବପାର୍ଥନା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସ୍ତ୍ରୀ ଗୋଲାପ ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କଳାକାର ନିଜର କଳାପଦର୍ଶନ କରିଥିଲେ। ଏହି ବୁଦ୍ଧଖୋଲ ମହୋତ୍ସବ ହିନ୍ଦୁ ଏବଂ ବୌଦ୍ଧ ପରମ୍ପରାର ସମନ୍ୱୟ ରହିଥିବାରୁ ଲୋକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।