ଆଜି ରାତିରେ ଦେଖା ଯିବ ‘ବକ୍ ସୁପରମୁନ୍’, ପୃଥିବୀର ନିକଟତମ ହେବେ ଚନ୍ଦ୍ର

Published By : Prameya-News7 Bureau | July 13, 2022 IST

ନୂଆଦିଲ୍ଲୀ ୧୩।୭: ଗୁରୁପୂର୍ଣ୍ଣିମା ୧୩ ଜୁଲାଇ ବୁଧବାର ଆକାଶରେ ଦେଖାଯିବ ନୈଶର୍ଗିକ ଦୃଶ୍ୟ। ପୃଥିବୀର ନିକଟତମ ହେବେ ଚନ୍ଦ୍ର, ଏଣୁ ଅନ୍ୟ ପୂର୍ଣ୍ଣିମା ତୁଳନାରେ  ଆଜିର ଚନ୍ଦ୍ରଙ୍କ ଆକାର ଓ ଉଜ୍ଜ୍ୱଳତା ଢେର ଅଧିକ ରହିବ। ଏଣୁ ଏହାକୁ ସୁପରମୁନ କୁହାଯାଉଥିବା ବେଳେ ଏହାକୁ ମୃଗ ନାମାନୁସାରେ ବକମୁନ୍ ଭାବେ ନାମିତ କରାଯାଇଛି। କାରଣ ଏହି ଭଳି ଦିନରେ ମୃଗଙ୍କ ସିଙ୍ଗ କଁଅଳି ଥାଏ ବୋଲି ମାନ୍ୟତା ରହିଛି।

{"id":655620,"sizeSlug":"large","linkDestination":"none"}

ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସାଙ୍କ ଅନୁସାରେ ବର୍ଷରେ ୩ରୁ ୪ଥର ସୁପରମୁନ ଦେଖାଯାଇଥାଏ। ଏଗୁଡିକୁ ଡିୟରମୁନ, ଥଣ୍ଡର ମୁନ, ହେ ମୁନ ଓ ୱିର୍ଟ ମୁନ ଆଦି ନାମରେ ନାମିତ କରାଯାଇଥାଏ। ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଦୂରତା ପାଖାପାଖି ୩୮୪,୪୦୦ କିଲୋମିଟର ତେବେ ସୁପରମୁନ୍ ଯୋଗୁ ଆଜି ଚନ୍ଦ୍ର ପୃଥିବୀଠାରୁ ୩,୫୭,୨୬୪ କିଲୋମିଟର ଦୂରରେ ରହିବେ। ଏହି ସୁପରମୁନ ୨ରୁ ୩ ଦିନ ପର୍ଯ୍ୟନ୍ତ ଦେଖାଯିବେ। ତେବେ ୧୩ ଜୁଲାଇ ରାତି ୧୨ଟା ୮ ମିନିଟ୍‌ରେ ଚନ୍ଦ୍ରଙ୍କ ଆକାର ଢେର ବଢିଯିବ।

{"id":655621,"sizeSlug":"large","linkDestination":"none"}

୧୯୭୯ ମସିହାରେ ଆଷ୍ଟ୍ରୋଲୋଜର ରିଚାର୍ଡ ନୋଲ ପ୍ରଥମେ ସୁପରମୁନ୍ ନାମକରଣ କରିଥିଲେ। ସୁପରମୁନ୍‌ରେ ଚନ୍ଦ୍ରମାର ଆକାର ଅନ୍ୟ ଦିନ ଅପେକ୍ଷା ବଡ ଓ ଉଜ୍ଜ୍ୱଳ ଦେଖାଯାଇଥାଏ। ପୃଥିବୀକୁ ପରିକ୍ରମା କରିବା ବେଳେ ଚନ୍ଦ୍ର ଏପରି ଏକ ସ୍ଥିତିରେ ପହଞ୍ଚି ଯାଏ ଯେଉଁଠୁ ପୃଥିବୀ ଓ ଚନ୍ଦ୍ରଙ୍କ ଦୂରତା ତ କମିଯାଏ ତେବେ ପୃଥିବୀ କକ୍ଷରୁ ସବୁଠୁ ଦୂର ବିନ୍ଦୁକୁ ଚାଲି ଯାଆନ୍ତି ସୂର୍ଯ୍ୟ ।  ୨୦୨୩ରେ ସୁପରମୁନ୍ ୩ ଜୁଲାଇରେ ଦେଖାଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.