suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ବିଟାଉନ୍‌ର ହିଟ୍‌ ଅଭିନେତ୍ରୀ କିଆରା, ସେଲିବ୍ରିଟି ଟପ୍‌ ଲିଷ୍ଟରେ ରହିଲେ

24/08/2022 at 10:42 AM

ମୁମ୍ଵାଇ ୨୪।୦୮: ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଅଭିନେତ୍ରୀ ତାଲିକାରେ ତାଙ୍କ ନାଁ ଏବେ ଶୀର୍ଷରେ କିଆରା। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ କ୍ୟାରିଅର୍‌ରେ ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି କିଆରା ଆଡ଼ଭାନି। ଫିଲ୍ମ ‘ଶେର୍‌ଶାହ’ରେ ବଡ଼ ସଫଳତା ପାଇବା ପରେ ବକ୍ସ-ଅଫିସ୍‌ରେ କମାଲ୍‌ କରିଥିଲା ‘ଭୂଲ୍‌ ଭୂଲେୟା-୨’ ।  ପରେ ‘ଜୁଗ୍‌ଜୁଗ୍‌ ଜିୟୋ’ରେ ଦର୍ଶକଙ୍କ ଭଲ ପାଇବା ଓ ପ୍ରଶଂସା ପାଇଁ କିଆରା ଏବେ ଖୁସିରେ ଆତ୍ମହରା ।

ଏକାଧିକ ନୂଆ ପ୍ରୋଜେକ୍ଟକୁ ନେଇ କିଆରା ଏବେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାର ବିଷୟ ହୋଇଛନ୍ତି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ସତ୍ୟପ୍ରେମ୍‌ କି କଥା’ । ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରୁଛନ୍ତି କାର୍ତ୍ତିକ ଆର୍ଯ୍ୟନ ।  କ୍ୟାରିଅର୍‌ର ସ୍ୱର୍ଣ୍ଣିମ ମୁହୂର୍ତ୍ତ ଦେଇ ଅତିକ୍ରମ କରୁଛନ୍ତି କିଆରା । ଏକସଙ୍ଗେ ଏକାଧିକ ଫିଲ୍ମର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ମୁମ୍ବାଇଠାରେ ‘ସତ୍ୟପ୍ରେମ୍‌ କି କଥା’ର ସୁଟିଂ ଆରମ୍ଭ କରିବାକୁ ସେ ପ୍ରସ୍ତୁତ ହେଉଛନ୍ତି । ୧ ମାସ ଧରି ଫିଲ୍ମର ପ୍ରଥମ ସିଡ୍ୟୁଲ୍‌ର ସୁଟିଂ ହେବ । ଏହା ପରେ କିଆରା ଓ ଫିଲ୍ମ ଟିମ୍‌ ଆଉ ଏକ ସିଡ୍ୟୁଲ୍‌ ପାଇଁ ଗୁଜରାଟ ଯାତ୍ରା କରିବେ । ଫିଲ୍ମରେ ସେ କଥା ଭୂମିକା ନିର୍ବାହ କରିଛନ୍ତି । ଏଥିରେ ତାଙ୍କର ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ ଦେଖିବାକୁ ପାଇବେ ଦର୍ଶକ ।

ଏହି ଫିଲ୍ମର ଦୁଇଟି ସିଡ୍ୟୁଲ୍‌ ମଧ୍ୟରେ ଏସ୍‌ ଶଙ୍କରଙ୍କ ଫିଲ୍ମରେ ଅଭିନେତା ରାମ ଚରଣଙ୍କ ସହ ଏକ ଫିଲ୍ମର ସୁଟିଂ ମଧ୍ୟ ସେ ଶେଷ କରିବେ ।  କିଆରା-କାର୍ତ୍ତିକଙ୍କ ‘ଭୂଲ୍‌ ଭୂଲୈୟା-୨’ ୨୦୦ କୋଟି ଟଙ୍କା ବ୍ୟବସାୟ କରିଥିବାବେଳେ ‘ଜୁଗ୍‌ଜୁଗ୍‌ ଜିୟୋ’ ପାଖାପାଖି ୧୦୦ କୋଟି ଆୟ କରିଛି । କରୋନା ମହାମାରୀ ପରେ ଥିଏଟରରେ ସଫଳ ହୋଇଥିବା ଏକମାତ୍ର ଅଭିନେତ୍ରୀ ହେଉଛନ୍ତି କିଆରା । ଆଉ ଏକ ଫିଲ୍ମ ‘ଗୋବିନ୍ଦା ନାମ୍‌ ମେରା’ର ରିଲିଜ୍‌କୁ ମଧ୍ୟ ସେ ଅପେକ୍ଷା କରିଛନ୍ତି । ଚଳିତ ବର୍ଷ ଲଗାତାର ୩ଟି ଫିଲ୍ମ ଜରିଆରେ ଥିଏଟରକୁ ଆସିଥିବା ଏକମାତ୍ର ସଫଳ ଅଭିନେତ୍ରୀ ହେଉଛନ୍ତି କିଆରା ।

   Related Posts