ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼, ବିଏସପି ନେତା ଗିରଫ

Published By : Prameya-News7 Bureau | February 23, 2024 IST

ମୁନିଗୁଡା 23/02 :  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼ । ଏଭଳି ଏକ ଘଟଣା ଘଟିଛି ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ରହିଛି ଶକଟା ଗ୍ରାମରେ। ଯାହାର ଭିଡିଓ ଭାଇରାଲ ହେବା ପରେ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର୍ ଧରିଛି। ବୁଧବାର ସେଠାରେ କାୟାକଳ୍ପ ଟିମ ପରିଦର୍ଶନ କାର୍ଯ୍ୟକ୍ରମ ଥିବା ବେଳେ ବିଏସପି ନେତା ନିଜ ସମର୍ଥକଙ୍କ ସହ ପହଂଚି ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ସଠିକ୍ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଥିଲେ।  

ଖବର ପାଇ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସବ୍ୟସାଚୀ ମହାପାତ୍ର ସେଠାରେ ପହଞ୍ଚିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ବିଏସପି ନେତା ଜିତୁ ଜାକେସିକାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ନେତା ଜଣକ ଉତ୍ତ୍ୟକ୍ତ  ହୋଇ ଡାକ୍ତରଙ୍କୁ ମାଡ ମାରିଥିବା ଜଣାପଡ଼ିଛି। ଏହାସହ ସେ ଡାକ୍ତର ଓ ଡାକ୍ତରଖାନାର ଜଣେ କର୍ମଚାରୀଙ୍କୁ ଅଟକ ରଖିଥିବାର ଅଭିଯୋଗ ହୋଇଛି।

wp:html /wp:html

 ଖବରପାଇ ବିଷମକଟକ ଏସଡିପିଓ ଓ ମୁନିଗୁଡା ଥାନାରୁ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଡାକ୍ତର ଓ ଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି । ଯାହାକୁ ନେଉ ଉଭୟଙ୍କ ପକ୍ଷରୁ ମୁନିଗୁଡା ଥାନାରେ ଏତଲା ଦିଆଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିବା ଡାକ୍ତର ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଅନ୍ୟପଟେ ଡାକ୍ତରଙ୍କ ବିରୋଧରେ ଯଦି କାର୍ଯ୍ୟାନୁଷ୍ଠା ନ ନିଆ ଯାଏ ତାହାହେଲେ ବିଏସପି ତରଫରୁ ଥାନା ଘେରାଉ କରିବେ ବୋଲି ବିଏସପି ନେତା ଜିତୁ ଜାକାଶିକା କହିଛନ୍ତି। ହେଲା ଘଟଣାର ତଦନ୍ତ କରିବାପରେ  ପୋଲିସ୍ ବିଏସପି ନେତା ଜିତୁ ଜାକାଶିକାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Also Read- ପ୍ରେମ ସମ୍ପର୍କରୁ ଗଞ୍ଜେଇ ବ୍ୟବସାୟ… ୬ ସନ୍ତାନର ମା’କୁ ହତ୍ୟା କରିଥିଲା ପ୍ରେମିକ, କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.