suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସଂସଦ ଭବନ ଉଦ୍‌ଘାଟନ ଉପରେ ସରକାରଙ୍କୁ ମାୟାବତୀଙ୍କ ସମର୍ଥନ, ରାଷ୍ଟ୍ରପତିଙ୍କ ପ୍ରସଙ୍ଗରେ ବିରୋଧୀଙ୍କୁ ଦେଖାଇଲେ ଆଇନା

25/05/2023 at 5:08 PM

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନ ସମାରୋହକୁ କଂଗ୍ରେସ ସମେତ ୧୯ ବିରୋଧୀ ଦଳ ବହିଷ୍କାର କରିବା ନେଇ ଘୋଷଣା କରିଛନ୍ତି । ଏହି ଦଳଗୁଡିକ ଯୁକ୍ତି ରଖିଛନ୍ତି ଯେ ସଂସଦର ଉଦଘାଟନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବର୍ତ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ହେବା ଦରକାର । ଏହାରି ଭିତରେ ବିଏସପି ସୁପ୍ରିମୋ ମାୟାବତୀ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପର ସମର୍ଥନ କରିଛନ୍ତି ।

ମାୟାବତୀ କହିଛନ୍ତି ଯେ ସଂସଦର ନିର୍ମାଣ ସରକାର କରୁଛନ୍ତି ତେଣୁ ଉଦଘଟାନ କରିବାର ଅଧିକାର ମଧ୍ୟ ତାଙ୍କର ରହିଛି । ଉଦଘାଟନକୁ ଆଦିବାସୀ ମହିଳାଙ୍କ ସମ୍ମାନ ସହ ଯୋଡାଯିବା ନେଇ ବିରୋଧୀଙ୍କ ଅଭିଯାନକୁ ମାୟାବତୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିରୋଧରେ ପ୍ରାର୍ଥୀ ଦେବା ପୂର୍ବରୁ ଏହା ଚିନ୍ତା କରିବାର ଥିଲା । ତେବେ ପାର୍ଟିର ବୈଠକ ଯୋଗୁଁ ଉଦଘାଟନୀ ସମାରୋହରେ ସାମିଲ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି ।

ମାୟାବତୀ ଟୁଇଟ୍ କରି ଲେଖିଛନ୍ତି, ‘କେନ୍ଦ୍ରରେ ସେ କଂଗ୍ରେସର ହେଉ ଅବା ବର୍ତ୍ତମାନ ସମୟରେ ବିଜେପିର, ବିଏସପି ସବୁବେଳେ ଦେଶ ଏବଂ ଜନହିତ ପ୍ରସଙ୍ଗରେ ସବୁବେଳେ ଦଳଗତ ରାଜନୀତିରୁ ଉପରକୁ ଉଠି ସମର୍ଥନ କରିଛି । ମଇ ୨୮ରେ ସଂସଦର ନୂତନ ଭବନ ଉଦଘାଟନକୁ ମଧ୍ୟ ଦଳ ଏହାସହ ଯୋଡ଼ି ଏହାକୁ ସ୍ୱାଗତ କରୁଛି’ ।

ମାୟାବତୀ କହିଛନ୍ତି ଯେ ଦେଶ ପାଇଁ ସମର୍ପିତ ହେବାକୁ ଥିବା କାର୍ଯ୍ୟକ୍ରମ ଅର୍ଥାତ୍ ନୂତନ ସଂସଦ ଭବନର ଉଦଘଟାନୀ ସମାରୋହର ନିମନ୍ତ୍ରଣ ପତ୍ର ମିଳିଛି । ଏଥିପାଇଁ ଧନ୍ୟବାଦ ଏବଂ ମୋର ଶୁଭକାମନା । କିନ୍ତୁ ପାର୍ଟିର ଲଗାତାର ଜାରି ସମୀକ୍ଷା ବୈଠକ ଏବଂ ପୂର୍ବ ନିର୍ଦ୍ଧାରିତ ବ୍ୟସ୍ତତା କାରଣରୁ ମୁଁ ଏହି ସମାରୋହରେ ଯୋଗ ଦେଇ ପାରୁ ନାହିଁ ।

   Related Posts