୯୯ ଟଙ୍କା ପ୍ରିପେଡ଼ ପ୍ଲାନର ଅବଧି କମାଇଲା ବିଏସଏନଏଲ, ବୃଦ୍ଧିକଲା ସିମ୍ ରିପ୍ଲେସମେଣ୍ଟ ଦର

Published By : Prameya-News7 Bureau | January 23, 2019 IST

ଦିଲ୍ଲୀ ୨୩/୧ : ୟୁଜର୍ସ ପାଇଁ ବିଏସଏନଏଲ ଦୁଇଟି ବଡ ଘୋଷଣା କରିଛି | କିନ୍ତୁ ଏହି ଖବର ଶୁଣି ବିଏସଏନଏଲ ଗ୍ରାହକ ଖୁସି ହେବେନେହିଁ | ପ୍ରଥମ ଘୋଷଣା ୯୯ ଟଙ୍କାର ପ୍ରିପେଡ଼ କଲିଙ୍ଗ ପ୍ଲାନ ସହ ଜଡିତ | ଏହି ପ୍ଲାନରେ ଗ୍ରାହକଙ୍କୁ ଯେଉଁ ଅବଧି ମିଳୁଥିଲା ତାକୁ କମ୍ପାନୀ ଏବେ କମ କରିଦେଇଛି | ଦ୍ୱିତୀୟ ଘୋଷଣା ସିମ ରିପ୍ଲେସମେଣ୍ଟ ସହ ଜଡିତ | ବିଏସଏନଏଲ ଏବେ ସିମ ରିପ୍ଲେସମେଣ୍ଟକୁ ୧୦୦ ଟଙ୍କାକୁ ବୃଦ୍ଧି କରିଛି |

୯୯ ଟଙ୍କିଆ ପ୍ରିପେଡ଼ ପ୍ଲାନରେ ଗ୍ରାହକଙ୍କୁ ଏବେ ପର୍ଯ୍ୟନ୍ତ ୨୬ ଦିନର ଅବଧି ମିଳୁଥିଲା | କିନ୍ତୁ ଏହି ପ୍ଲାନର ସମୟସୀମା କମ କରି ଏବେ ୨୪ ଦିନ କରିଦିଆଯାଇଛି | ଯାହାଫଳରେ ଗ୍ରାହକଙ୍କୁ ଭଏସ କଲିଙ୍ଗ ଦୁଇ ଦିନ କମ ମିଳିବ | ବିଏସଏନଏଲ ସମ୍ପର୍କରେ ଆଲୋଚନା ଯଦି କରିବା ତାହେଲେ କମ୍ପାନୀର ୩୧୯ ଟଙ୍କାରେ ପ୍ରିପେଡ଼ ପ୍ଲାନ ମଧ୍ୟ ରହିଛି | ଏହି ପ୍ଲାନରେ କମ୍ପାନୀ ୯୦ ଦିନ ପାଇଁ ଭଏସ କଲିଙ୍ଗ ସୁବିଧା ଦେଉଛି | ଅପରପକ୍ଷରେ ବିଏସଏନଏଲ ସିମର ରିପ୍ଲେସମେଣ୍ଟ ମୂଲ୍ୟ ମଧ୍ୟ ୧୦୦ ଟଙ୍କାକୁ ବୃଦ୍ଧି କରିଦିଆଯାଇଛି | ଏହି ନୂଆ ମୂଲ୍ୟ ଜାନୁଆରୀ ୨୧ ତାରିଖରୁ ଲାଗୁ ହୋଇସାରିଛି | ଏହି ମୂଲ୍ୟ ଉଭୟ ପ୍ରିପେଡ଼ ଏବଂ ପୋଷ୍ଟପେଡ଼ ଗ୍ରାହକଙ୍କ ପାଇଁ ଲାଗୁ କରାଯାଇଛି |

ପୂର୍ବରୁ ବିଏସଏନଏଲ ମାତ୍ରା ୧୦ ଟଙ୍କାରେ ସିମ ରିପ୍ଲେସମେଣ୍ଟ କରୁଥିଲା | କିନ୍ତୁ କମ୍ପାନୀ ଏବେ ଏହାର ମୂଲ୍ୟ ୧୦ ଗୁଣ ବଢ଼େଇ ଦେଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.