ବଡ଼ ଦିନରେ BSNL ଆଣିଲା ବଡ଼ ଅଫର, ଜାନୁଆରୀ ୩୧ ପୂର୍ବରୁ କରି ନିଅନ୍ତୁ ରିଚାର୍ଜ, ପ୍ରତିଦିନ ମିଳିବ ୩ ଜିବି ଡାଟା

Published By : Prameya-News7 Bureau | December 25, 2019 IST

ନୂଆଦିଲ୍ଲୀ୨୫/୧୨: ବଡ଼ ଦିନରେ ବିଏସଏନଏଲ ନିଜ ଗ୍ରାହକଙ୍କ ପାଇଁ ୧୯୯୯ ଟଙ୍କାର ପ୍ରିପେଡ୍‌ ପ୍ଲାନକୁ ରିଭାଇଜ କରିଛି। ଏହି ପ୍ଲାନରେ ୧୨୭୫ ଜିବି ଡାଟା ଓ ଭଏସ କଲିଂର ସୁବିଧା ରହିଛି। ଏହି ପ୍ଲାନର ବୈଧତା ମଧ୍ୟ ବୃଦ୍ଧି ହୋଇଛି। ବିଏସଏନଏଲର ୧୯୯୯ ପ୍ଳାନରେ ୟୁଜର୍ସ ବିଏସଏନଏଲର ଟ୍ୟୁନ ଏବଂ ଟିଭିର ସର୍ଭିସ୍‌କୁ ଆକ୍ସେସ୍ କରି ପାରିବେ।

{"id":202537,"sizeSlug":"large"}

ଏହି ପ୍ଲାନର ଅବଧି ୩୬୫ ଦିନ ବଦଳରେ ୪୨୫ ଦିନକୁ ବୃଦ୍ଧି ହୋଇଛି। ଚଳିତ ଡିସେମ୍ବର ମାସ ୨୫ ତାରିଖରୁ ୨୦୨୦ ମସିହା ଜାନୁଆରୀ ୩୧ ତାରିଖରେ ମଧ୍ୟରେ ଏହି ପ୍ଲାନର ଫାଇଦା ଉଠାଇ ପାରିବେ। ୟୁଜର୍ସଙ୍କୁ ପ୍ରତିଦିନ ହିସାବରେ ୩ଜିବି ଡାଟା ସହ ୧୦୦ ଏସଏମଏସ ସୁବିଧା ମିଳିବ। ଏହି ପ୍ଲାନରେ ଯେକୌଣସି ନେଟଓ୍ବାର୍କକୁ କଲ କରି ପାରିବେ। ଏହି ଜାନୁଆରୀ ୩୧ ତାରିଖ ପରେ ପୁଣି ଏହି ପ୍ଲାନର ଅବଧି ପୁଣି ୩୬୫ ଦିନ ହୋଇଯିବ।

{"id":202539,"sizeSlug":"large"}

ନିକଟରେ ବିଏସଏନଏଲ ମିତ୍ରମ ପ୍ଳାନ ବଜାରକୁ ଛାଡ଼ିଥିଲା। ଯାହାର ମୂଲ୍ୟ ୧୦୯ ଟଙ୍କା ରହିଥିଲା। ଏଥିସହ ୟୁଜର୍ସଙ୍କୁ ୫ଜିବି ଡାଟା ସୁବିଧା ମିଳୁଥିଲା। ପ୍ରତିଦିନ ୨୫୦ ମିନିଟର ଭଏସ କଲିଂ ରହିଥିଲା। ଏହି ପ୍ଳାନର ବୈଧତା ୯୦ ଦିନ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.