ବିଏସ୍ଏନ୍ଏଲ୍ର ନୂଆ ପ୍ଲାନ-୯୬ ଟଙ୍କାରେ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପାଆନ୍ତୁ ୧୦ ଜିବି ୪ଜି ଡାଟା!
26/08/2019 at 8:47 PM

ନୂଆଦିଲ୍ଲୀ .- ଭାରତ ସଞ୍ଚାର ନିଗମ ଲିମିଟେଡ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ନୂଆ ଡାଟା ପ୍ଲାନ ଘୋଷଣା କରାଯାଇଛି । ନିଜ ଗ୍ରାହକମାନଙ୍କୁ ଜବରଦସ୍ତ ଡାଟା ସୁବିଧା ଦେବାପାଇଁ ବିଏସ୍ଏନ୍ଏଲ୍ ନୂଆ ପ୍ଲାନ ଘୋଷଣା କରିଛି । ବିଏସ୍ଏନ୍ଏଲ୍ ୪ଜି ମାମଲାରେ କେତକ କମ୍ପାନୀଠାରୁ ଏବେ ପଛୁଆ ରହିଥିବା ବେଳେ ଅନେକ ସ୍ଥାନରେ ଏବେ ବିଏସ୍ଏନ୍ଏଲ୍ର ୪ ଜି ନେଟଓ୍ୱର୍କ ଉପଲବ୍ଧ ହେଉଛି ।
୪ ଜି ନେଟଓ୍ୱର୍କ ଉପଲବ୍ଧ ହେଉଥିବା ସ୍ଥାନରେ ଏବେ କମ୍ପାନୀ ପକ୍ଷରୁ ଦୁଇଟି ନୂଆ ଘୋଷଣା କରାଯାଇଛି ।
ବିଏସ୍ଏନ୍ଏଲ୍ର ୯୬ ଟଙ୍କିଆ ପ୍ଲାନ
ବିଏସ୍ଏନ୍ଏଲ୍ ନିଜର ଗ୍ରାହକଙ୍କ ପାଇଁ ୯୬ ଟଙ୍କିଆ ସ୍ୱତନ୍ତ୍ର ପ୍ଲାନ ଘୋଷଣା କରିଛି । ଏଥିରେ ୨୮ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧୦ ୦ଜିବି ଡାଟା ଦିଆଯିବ । ଏହି ପ୍ଲାନରେ କେବଳ ପ୍ରତିଦିନ ୧୦ ଜିବି ଡାଟା ମିଳିବ । କେବଳ ୪ଜି କାମ କରୁଥିବା ସ୍ଥାନରେ ଏହି ପ୍ଲାନର ସୁବିଧା ମିଳିବ ।
ବିଏସ୍ଏନ୍ଲ୍ର ୨୩୬ ଟଙ୍କିଆ ପ୍ଲାନ
କମ୍ପାନୀ ନିଜ ୪ ଜି ଗ୍ରାହକଙ୍କ ପାଇଁ ଏସ୍ଟିଭି୨୩୬ ପ୍ଲାନ ଘୋଷଣା କରିଛି। ଏଥିରେ ଗ୍ରାହକମାନଙ୍କ ପାଇଁ ୮୪ ଦିନ ପର୍ଯ୍ୟନ୍ତ ୪ଜି ଡାଟା ଉପଲ୍ବଧ ହେଉଛି । କେବଳ ୪ଜି ନେଟଓ୍ୱର୍କଥିବା ସ୍ଥାନରେ ଏହି ପ୍ଲାନ ରିଚାର୍ଜ କରିହେବ ।
ଏବେ ମହାରାଷ୍ଟ୍ରର କେତକ ସହରରେ ବିଏସ୍ଏନ୍ଏଲ୍ର ୪ଜି ସେବା ଉପଲବ୍ଧ ହେଉଛି । ଏବେ ବିଏସ୍ଏନ୍ଏଲ୍ ନିଜର ସବୁ ଗ୍ରାହକଙ୍କ ପାଇଁ ଅନେକ ଆକର୍ଷକ ଅଫର୍ ଘୋଷଣା କରିଛି ।