BSNL ଲଞ୍ଚ କଲା ଭାରତର ପ୍ରଥମ Satellite-to-device ସର୍ଭିସ୍, ଏବେ ବିନା ନେଟୱାର୍କରେ ବି ହେବ କଲିଂ

Published By : Prameya-News7 Bureau | November 14, 2024 IST

ନୂଆଦିଲ୍ଲୀ ୧୪।୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଦେଶରେ ପ୍ରଥମ ଥର ସାଟେଲାଇଟ-ଟୁ-ଡେଭିସ ସର୍ଭିସ ଆରମ୍ଭ କରିଛନ୍ତି, ଯାହା ଦେଶର ସବୁଠୁ ଦୁର୍ଗମ ଅଞ୍ଚଳରେ ମଧ୍ୟ କନେକ୍ଟିଭିଟି ପ୍ରଦାନ କରିବ। ଦୂର ସଞ୍ଚାର ବିଭାଗ (ଡିଓଟି) ଏହି ଘୋଷଣା କରିଛନ୍ତି ଓ କହିଛନ୍ତି ଏହି ସର୍ଭିସ୍ ଆମେରିକୀୟ କମ୍ପାନୀ ଭାୟାସାଟ୍ କୋଲାବରେସନରେ ଆରମ୍ଭ କରାଯିବ। ଏହି ନୂଆ ଟେକ୍ନୋଲଜିର ଉଦ୍ଦେଶ୍ୟ ଏପରି କ୍ଷେତ୍ରକୁ କନେକ୍ଟିଭିଟି ପ୍ରଦାନ କରିବ ଯେଉଁଠାକୁ ସାଧାରଣ ମୋବାଇଲ ନେଟୱାର୍କ ପହଞ୍ଚି ନ ପାରୁଛି। 

ଉଲ୍ଲେଖଯୋଗ୍ୟ ଯେ ଆଜି ବି ଭାରତର ଏପରି ଅନେକ ଅଞ୍ଚଳ ଅଛି ଯେଉଁଠାକୁ ଜିଓ, ଏୟାରଟେଲ, ଭୋଡାଫୋନ-ଆଇଡିଆ ସମେତ କୌଣସି ଟେଲିକମ କମ୍ପାନୀର ନେଟୱାର୍କ ପହଞ୍ଚି ପାରୁନି। ଏଥି ପାଇଁ ଏହି ସବୁ ଅଞ୍ଚଳରେ ବସବାସ କରୁଥିବା ଲୋକେ ଟେଲିକମ କନେକ୍ସନର ଲାଭ ପାଇ ପାରୁ ନାହାନ୍ତି। ଏପରି ଖାସ କରି ପର୍ବାତ୍ୟାଞ୍ଚଳ ଓ ଜଙ୍ଗଲ ଅଞ୍ଚଳରେ ପ୍ରାୟ ହୋଇଥାଏ। ଲୋକଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ବିଏସଏନଏଲ ଭାରତରେ ପ୍ରଥମ ଥର ସାଟେଲାଇଟ-ଟୁ-ଡିଭାଇସ୍ ସର୍ଭିସ ଉପଲବ୍ଧ କରିବାକୁ ଯାଉଛନ୍ତି। ଏହା ଦ୍ୱାରା ଲୋକେ ବିନା ଫୋନ ନେଟୱାର୍କରେ ବି ଟେଲିକମ କନେକ୍ଟିଭିଟି ବ୍ୟବହାର କରିପାରିବେ। 

ଏହି ସର୍ଭିସକୁ ସର୍ବ ପ୍ରଥମେ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି-୨୦୨୪)ରେ ଉପସ୍ଥାପନା କରାଯାଇଥିଲା। ଏହାକୁ ଭାରତରେ ଡିଜିଟାଲ ବିଭାଜନକୁ କମ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମନେ କରାଯାଏ। ବିଏସଏନଏଲ ଅନୁସାରେ ସାଟେଲାଇଟ-ଟୁ-ଡିଭାଇସ ସର୍ଭିସର ପରୀକ୍ଷଣ ଶେଷ ହୋଇଛି ଓ ଏହା ବିଭିନ୍ନ ପ୍ରକାରର ଚ୍ୟାଲେଞ୍ଜିଂ କ୍ଷେତ୍ରରେ ମଧ୍ୟ ଷ୍ଟେବଲ କନେକ୍ସନ ଦେବାକୁ ସକ୍ଷମ। ଡିଓଟି  ଏ ନେଇ ଏକ୍ସ ରେ ଘୋଷଣା କରି କହିଛି ଯେ ବିଏସଏନଏଲର ଏହି ନୂଆ ପଦକ୍ଷେପ ଭାରତରେ ସାଟେଲାଇଟ କମ୍ୟୁନିକେସନକୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସହଜ ଓ ସୁଲଭ କରିବ।  

ବିଏସଏନଏଲର ଏହି ସାଟେଲାଇଟ ନେଟୱାର୍କ ୟୁଜରଙ୍କୁ ଏମାର୍ଜେନ୍ସୀ କଲସ୍, ଏସଓଏସ୍ ମ୍ୟାସେଜ ଓ ୟୁପିଆଇ ପେମେଣ୍ଟରେ ମଧ୍ୟ ସହାୟତା କରିବ। ତେବେ ଏହି ସୁବିଧା ସ୍ୱଭାବିକ କଲ ଓ ଏସଏମଏସ ପାଇଁ ଉପଲବ୍ଧ ହେବ କି ନାହିଁ ସେ ନେଇ କମ୍ପାନୀ କିଛି କହି ନାହିଁ। ବିଏସଏନଏଲର ପାର୍ଟନର କମ୍ପାନୀ ଭାୟାସ୍ୟାଟ୍ କହିଛନ୍ତି ଯେ ଏହି ସର୍ଭିସ ପୃଥିବୀରୁ ୩୬,୦୦୦ କିଲୋମିଟର ଉଚତାରେ ସ୍ଥିତ ଜିଓଷ୍ଟେସନାରୀ  ଏଲ-ବ୍ୟାଣ୍ଡ ସାଟେଲାଇଟ ଜରିଆରେ ସମ୍ଭବ ହେବାକୁ ଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.