ଭାରତର ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ନିକଟରେ ନିଜ ଗ୍ରାହକଙ୍କ ଲାଗି ପ୍ରିପେଡ ପ୍ଲାନ ଲଞ୍ଚ କରିଛନ୍ତି। ଏଥିରେ ଡାଟା ଓ ସ୍ପିଡ୍ର କୌଣସି ଲିମିଟ୍ ନାହିଁ। ଏହି ଅନଲିମିଟେଡ ଡାଟା ୧୦୯୮ଟଙ୍କା ପ୍ଲାନରେ ଉପଲବ୍ଧ ହେବ। ଏହି ପ୍ଲାନରେ ଅନଲିମିଟେଡ କଲିଂ ସହ ପ୍ରତିଦିନ ୧୦୦ଟି ଏସଏମଏସ ସୁବିଧା ମଧ୍ୟ ଉପଲବ୍ଧ। ଏହି ପ୍ଲାନର ଅବଧି ୮୪ ଦିନ ଯାଏଁ ରହିବ।
୧୦୯୮ ଟଙ୍କାର ପ୍ଲାନ ବ୍ୟତୀତ ବିଏସଏନଏଲ ୯୯୮ ଟଙ୍କାର ଆଉ ଏକ ପ୍ଲାନବି ଲଞ୍ଚ କରିଛନ୍ତି। ଏଥିରେ ୨୧୦ ଦିନର ଅବଧି ରହିବ ହେଲେ ଏହି ପ୍ଲାନରେ କେବଳ ଡାଟା ମିଳିବ। ଏଥିପାଇଁ ଏହାକୁ ଡାଟା ଓନ୍ଲି ପ୍ଲାନ କୁହାଯାଉଛି।