ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

BSNL ଲଞ୍ଚ୍ କଲା ଫ୍ରି ପ୍ଲାନ୍, ଦୈନିକ ମିଳିବ ୫ ଜିବି ଡାଟା

20/03/2020 at 10:39 PM

ନୂଆଦିଲ୍ଲୀ, ୨୦।୩:    ବିଏସଏନଏଲ ଅନ୍ୟ କମ୍ପାନୀଙ୍କ ତୁଳନାରେ ଆଗରେ ରହିଛି। ଏବେ ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି ହୋଇଚି। ବିଭିନ୍ନ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହୁଛନ୍ତି। ଏହାକୁ ନଜରରେ ରଖି ବିଏସଏନଏଲ ୟୁଜରଙ୍କ ପାଇଁ ନୂଆ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନ ପାଇଁ ବ୍ରଡବ୍ରାଣ୍ଡ ୟୁଜରଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ। କମ୍ପାନୀ ସମସ୍ତ ସର୍କଲରେ ଏହା ଲଞ୍ଚ କରିଛି।

ବିଏସଏନଏଲର ଏହି ପ୍ଲାନରେ ୟୁଜରଙ୍କୁ ଦୈନିକ ୫ ଜିବି ଡାଟା ମିଳିବ। ଯାହାର ସ୍ପିଡ ରହିବ ୧୦ ଏମବିପିଏସ। ୫ଜିବି ଡାଟା ସରିବା ପରେ କୌଣସି ଏଫୟୁଭି ଲିମିଟ ଦିଆଯାଇ ନାହିଁ।

କେବଳ ବିଏସଏନଏଲ ଲାଣ୍ଡଲାଇନ୍ ବ୍ରଡବ୍ରାଣ୍ଡ ୟୁଜରଙ୍କୁ ଏହି ଡାଟା ମିଳିବ। ତେବେ ଏଥିରେ କୌଣସି ଫ୍ରି କଲିଂ ନାହିଁ। ଏପରିକି ନୂଆ ବ୍ରଡବ୍ରାଣ୍ଡ କନେକ୍ସନ ନେଉଥିବା ୟୁଜର ମଧ୍ୟ ଏହାର ଲାଭ ପାଇବେ ନାହିଁ।

   Related Posts