ବିଏସଏନଏଲର ୨ଜି ଓ ୩ଜି ସିମ ବିକ୍ରି ବନ୍ଦ,ଏହି ସବୁ ଜିଲ୍ଲାରେ ଆରମ୍ଭ ହେବ ଫୋର-ଜି ସେବା

Published By : Prameya-News7 Bureau | January 17, 2019 IST

wp:heading {"level":5}
ଲକ୍ଷ୍ନୌ ୧୭|୧: ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଆଗାମୀ ସପ୍ତାହରୁ ୧୧ଟି ଜିଲାରେ ଫୋର-ଜି ସେବା ଆରମ୍ଭ କରିବାକୁ ଯାଉଛି। ତେବେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଉପଭୋକ୍ତାଙ୍କୁ ଏହି ସେବା ପାଇଁ ଫେବୃଆରୀ ପର୍ଯ୍ୟନ୍ତ ଅପେକ୍ଷ୍ୟା କରିବାକୁ ପଡିବ। କମ୍ପାନୀ ସେଠାରେ 2ଜି ଓ 3ଜି ସିମ୍‌ର ବିକ୍ରି ବନ୍ଦ କରିଦେବ। ଏବେ କେବଳ ଫୋର-ଜି ସିମ୍‌ ମିଳିବ। ଚିତ୍ରକୁଟ, ବାଂଦା, ଫତେହପୁର, କାନପୁର, ପ୍ରତାପଗଢ, ଶାହଯାହାଁପୁର, ହରଦୋଇ, ହମିରପୁର, ମହୋବା ଏବଂ ଲଖିମପୁରଖିରି ଜିଲାରେ ପ୍ରଥମେ ଫୋର-ଜି ସୁବିଧା ମିଳିବ ବୋଲି ସିଜିଏମ ଟି ଏନ ଶୁକ୍ଳା କହିଛନ୍ତି। ଫୋର-ଜି ସେବା ଜଡିତ ସବୁ ହାଡୱେର ସିସଟମ ଅପଡେଟ ହୋଇସାରିଛି। ଏହି ଜିଲାରେ 3ଜି ନେଟୱାର୍କ ଠିକ୍‌ ଭାବରେ ବ୍ୟବହାର ହୋଇପାରେନି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଆଗାମୀ ସପ୍ତାହରୁ ଫୋର-ଜି ନେଟୱାର୍କ ସୁବିଧା ମିଲିବ। ଗତ ବର୍ଷରୁ ଲକ୍ଷ୍ନୌରେ ଫୋର-ଜି ମୋବାଇଲ ସୁବିଧା ଦିଆନଯାଇଥିବାରୁ ଏଠାର ବାସିନ୍ଦାମାନେ ଅଭିଯୋଗ କରିଥିଲେ। କିନ୍ତୁ ଫୋର-ଜି ସୁବିଧା ମିଳିବା ପାଇଁ ଫେବୃଆରୀ ପର୍ଯ୍ୟନ୍ତ ଅପେକ୍ଷ୍ୟା କରିବାକୁ ପଡିବ। ସିଜିଏମଙ୍କ ଅନୁସାରେ ଫୋର-ଜି ନେଟୱାର୍କ ଜଡିତ ସବୁ ବୈଷୟିକ କାର୍ଯ୍ୟ କେବେଠୁ ସରିଯାଇଛି, କେବଳ ସ୍ପେକଟ୍ରମ ଆସିବାର ଅପେକ୍ଷ୍ୟା ଥିଲା। ସିମ୍‌ର ଦାମ ୨୦ ଟଙ୍କା ରଖାଯାଇଛି। 
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.